STORYMIRROR

Arun Patnaik

Romance

3  

Arun Patnaik

Romance

ପ୍ରିୟତମା

ପ୍ରିୟତମା

1 min
251


ଯମୁନାରେ ଏବେ  ଉଠିଛି ଉଜାଣି 

     କଦମ୍ବ କାନନ ଚାହିଁ ,

ରାଧା ବିନା କୃଷ୍ଣ    ଋତୁ ବିନା ସାଥୀ 

      ମିଳେ ନାହିଁ ମିଳେ ନାହିଁ ।

ଋତୁ ଯେବେ ଆସେ  ତାରା ଫୁଲ ସାଥେ 

      ମନେ ପଡେ ପ୍ରିୟତମା ,

ତା ନୀଳ ଆଖିରେ    ସଦା ଦେଖେ ମୁହିଁ 

       ସୁନୀଳ ସାଗର ସୀମା ।

ସାଗର କେବେତ     ଆସିଥିଲା ଚାଲି 

       ତା ପଣତେ ରହିବାକୁ ,

କରିବାରୁ ମନା      ହେଲା ଆନମନା 

        ଧୋଇଦେଲା ପଣତକୁ ।

ଅତି ଆତୁରରେ     ଲହରୀ ମାଳାରେ 

        ଧୋଇଲି ପ୍ରିୟା କବରୀ ,

ସାଗରଟା କିନ୍ତୁ      ଏଡ଼େ ନିରିଦୟ 

        କରିଲା ତା ମନ ଚୋରି ।

ଚୋରି ହେବା ଠାରୁ   ପ୍ରିୟା ମୋ କହିଲା

        ମୋତେ ଦିଅ ତୁମ ମନ ,

ମୁଁ କହିଲି ଧିରେ   ତୋ ମନ ମୋ ପାଖେ 

         ରହିବକି ଚିର ଦିନ ।

         


Rate this content
Log in

Similar oriya poem from Romance