ପ୍ରିୟତମା
ପ୍ରିୟତମା
ଯମୁନାରେ ଏବେ ଉଠିଛି ଉଜାଣି
କଦମ୍ବ କାନନ ଚାହିଁ ,
ରାଧା ବିନା କୃଷ୍ଣ ଋତୁ ବିନା ସାଥୀ
ମିଳେ ନାହିଁ ମିଳେ ନାହିଁ ।
ଋତୁ ଯେବେ ଆସେ ତାରା ଫୁଲ ସାଥେ
ମନେ ପଡେ ପ୍ରିୟତମା ,
ତା ନୀଳ ଆଖିରେ ସଦା ଦେଖେ ମୁହିଁ
ସୁନୀଳ ସାଗର ସୀମା ।
ସାଗର କେବେତ ଆସିଥିଲା ଚାଲି
ତା ପଣତେ ରହିବାକୁ ,
କରିବାରୁ ମନା ହେଲା ଆନମନା
ଧୋଇଦେଲା ପଣତକୁ ।
ଅତି ଆତୁରରେ ଲହରୀ ମାଳାରେ
ଧୋଇଲି ପ୍ରିୟା କବରୀ ,
ସାଗରଟା କିନ୍ତୁ ଏଡ଼େ ନିରିଦୟ
କରିଲା ତା ମନ ଚୋରି ।
ଚୋରି ହେବା ଠାରୁ ପ୍ରିୟା ମୋ କହିଲା
ମୋତେ ଦିଅ ତୁମ ମନ ,
ମୁଁ କହିଲି ଧିରେ ତୋ ମନ ମୋ ପାଖେ
ରହିବକି ଚିର ଦିନ ।

