STORYMIRROR

Arun Patnaik

Inspirational

3  

Arun Patnaik

Inspirational

ସଂଶୋଧନ ଜୀବନେ

ସଂଶୋଧନ ଜୀବନେ

1 min
245


ସଂଶୋଧନ :

ପ୍ରତିଟି ଜୀବନେ ପୂର୍ଣ୍ଣଛେଦ ଅଛି 

ପ୍ରତିଟି ଜୀବନେ କମା ,

ପ୍ରତିଟି ଭୁଲର ସଂଶୋଧନ ଅଛି 

ପ୍ରତି ଭୁଲ ପାଇଁ କ୍ଷମା ।


ମନୁଷ୍ୟ ମାତ୍ରକେ ଭୁଲ ରହିଛି 

ତାର ଜୀବନ କାଳରେ ,

ଭୁଲ ନଥିଲେ ସଂଶୋଧନ ହେବନି 

ଜାଣିଥା ଠିକ ବେଳରେ ।


ଗୋଟିଏ ଦିନରେ କୋଣାର୍କ ମନ୍ଦିର 

ହୋଇତ ନଥିଲା ଗଢା 

ବାରଶ ବଢ଼େଇ ବାରବର୍ଷ ଲାଗି 

କରିଥିଲେ ତାକୁ ଛିଡା ।


ମାରି ପାରିଲେନି ମୁଣ୍ଡି ସେ ମନ୍ଦିରେ 

ବୁଦ୍ଧି ହୋଇଗଲା ବଣା ,

ବାରଶ ବଢ଼େଇ ଭୁଲକୁ ସୁଧାରି 

ମୁଣ୍ଡି ମାରିଲା ଧରମା ।


ବାପା ଦାଦା ଯେଉଁ ଭୁଲ କରିଥିଲେ 

କଲା ତାର ସଂଶୋଧନ ,

କାଳ କାଳଲାଗି ରଖିଗଲା କିର୍ତ୍ତୀ 

ରହିଛି ହୋଇ ଅମ୍ଲାନ ।


ନିଜ କଲା କର୍ମ ଜାଣି ହୁଏ ନାହିଁ 

ନିଜ ଭୁ

ଲ ବି ସେପରି ,

ଭୁଲଟିକୁ ଯିଏ ଦରଶାଇ ଦିଏ 

ସେ ଏକା ଆତ୍ମୀୟ ପରି ।


ନିଜ ଅଜାଣତେ ଭୁଲ କାର୍ଯ୍ୟ କଲେ 

ତାହା ହୁଅଇ ସୁଧାରି ,

ଜାଣି ଶୁଣି ଯିଏ ଭୁଲ ପଥ ବାଛେ 

ତା ପାଇଁ କିଏ ଭଗାରି ।


ଅନବରତ ଯେ ଭୁଲ କରି ବସେ 

ତାର ନାହିଁ ସମାଧାନ ,

ଗୋଟିଏ ଭୁଲର ସଂଶୋଧନ ପରେ 

ଅନ୍ୟଟି ଦିଏ କଷଣ ।


ନିଜ ଭୁଲ ଯିଏ ଦେଖୁଥାଏ ନିତ୍ୟ 

ଅନ୍ୟର ଭୁଲ ନଦେଖି 

ସେହି ଏକା ଏଇ ଜୀବନ କାଳରେ 

ହୁଅଇ ପରମ ସୁଖୀ ।


ଅଭିଜ୍ଞତା ବଳେ ଯିଏ ଶୃଙ୍ଖଳିତ 

ଚାଲେ ସଠିକ ପଥରେ 

ସଂଶୋଧନ ତାର ନାହିଁ ଆବଶ୍ୟକ 

ଭୁଲ ନଥାଏ କାମରେ ।


ଭୁଲ ଦର୍ଶାଇବା ଲୋକଟି ଜୀବନେ 

ଅଟେ ତୁମ ଶୁଭାକାଂକ୍ଷୀ ,

ସମ୍ମାନ ତାହାକୁ ଦେବ ସବୁବେଳେ 

ନଭାବିବ ତାକୁ ଦୋଷୀ ।



Rate this content
Log in

Similar oriya poem from Inspirational