STORYMIRROR

Arun Patnaik

Inspirational

3  

Arun Patnaik

Inspirational

ମୋ ଜୀବନ ପଛେ ନର୍କେ ପଡିଥାଉ :

ମୋ ଜୀବନ ପଛେ ନର୍କେ ପଡିଥାଉ :

1 min
262


ପାଣିଫୋଟକାଠୁ ହୀନ ଏ ଜୀବନ 

ଆଜି ଅଛି କାଲି ନାହିଁ ,

ଏ ସଂସାର ଅଟେ ମାୟା ମରିଚିକା 

ସୁଖ ଅବା ଏଠି କାହିଁ ?


ମିଛ ମାୟା ଜାଲେ ବନ୍ଧା ହୋଇ ଜିବ 

ଭାବେ ଏଠି ସୁଖ ଅଛି ,

ଯାହାକୁ ଭାବେ ସେ ସୁଖର ସାଗର 

ସେଠାରେ ଦୁଃଖ ରହିଛି ।


ମାନବ ଜୀବନ ଈଶ୍ୱରଙ୍କ ଦାନ 

ସାଧନାର ପୂଣ୍ୟ ପିଠ ,

ଏହି ଜନମରେ ଶୁଦ୍ଧ ଜ୍ଞାନ ପାଇ

ସତକର୍ମ କର ନିତ୍ୟ ।


ଉଚାରଣ କର ପ୍ରଭୁଙ୍କର ନାମ 

ଆଚାରେ ଶୁଦ୍ଧ ବିଚାର ,

ଏ ଜୀବନ ପଛେ ନର୍କେ ପଡିଥାଉ 

ପ୍ରାଣୀଙ୍କ ଦୁଃଖ ନିବାର ।


ସେବା ତ୍ୟାଗେ ଧ୍ୟାନ ଦିଅ ଅବିରତ 

କରି ଆତ୍ମ ସମର୍ପଣ ,

>ମାନବ ସେବାଟି ମାଧବଙ୍କ ସେବା 

ଏହା ପବିତ୍ର ଜୀବନ ।


ରାଣୀ କୁନ୍ତୀ ଥିଲେ ପରମ ବୈଷ୍ଣବୀ 

କୃଷ୍ଣକୁ ମାଗିଲେ ବର ,

ତୁମକୁ ସ୍ମରଣ କରିବା ପାଇଁକି 

ଦୁଃଖ ଦିଅ ଚକ୍ରଧର ।


ଏହା ଭକତିର ଚରମ ସୋପାନ 

ଯେଉଁଠି ଶରୀର ତୁଚ୍ଛ ,

ଦୁଃଖେ ସଢୁଥାଉ ଏ ମାନବ ଦେହ 

ଜଗତ କଲ୍ୟାଣ ଇଛ ।


ସ୍ତୁତି ଚିନ୍ତାମଣି ତାହାର ପ୍ରମାଣ 

ଭୀମଭୋଇଙ୍କର ବାଣୀ ,

ପତିତ ମାନଙ୍କ ଉଦ୍ଧାର ହୋଇବ 

ସେ ମହତ ବାଣୀ ଶୁଣି ।


ଯେ ଶୁଦ୍ଧ ଭକତ ଚାହେଁ ଅବିରତ 

ତା ଜୀବନ ନର୍କେ ଯାଉ ,

ଏତିକି କରୁଣା କର ମହାବାହୁ 

ଜଗତ ଉଦ୍ଧାର ହେଉ ।



Rate this content
Log in

Similar oriya poem from Inspirational