STORYMIRROR

DILIP KUMAR SAHOO

Romance

3  

DILIP KUMAR SAHOO

Romance

ପ୍ରିୟତମା ଓ ଫୁଲ

ପ୍ରିୟତମା ଓ ଫୁଲ

1 min
253

ଫୁଲଟିଏ କିଏ ଦେଲା ବୋଲି ତୁମେ

ଅଭିମାନ ଏତେ କଲ

କେମିତି ବୁଝିବ ଅଭିମାନ ତୁମ

କରେ କେତେ କଲବଲ


ମନୋଇ ପ୍ରିୟା ଗୋ ଭାରି ତ ସନ୍ଦେହୀ

 ଅବୁଝା ଗୋ ମାନମୟୀ

ଆଉ କା ସାଥିରେ ଥଟ୍ଟା ମଜା ଟିକେ

ପାର ନାହିଁ ତୁମେ ସହି

ମନ କଥା ଖୋଲି ନ କହି ମୋ ଆଗେ

ଲୁହରେ ଯା ଭିଜିଗଲ

କରି ମୋତେ କଲବଲ...


କେମିତି ବୁଝେଇ କହିବି ତୁମକୁ

ଖୋଜି ମୁଁ ପାଉନି ଭାଷା

ତୁମେ ଏକା ମୋର ସବୁଠୁ ନିଜର

ନୂଆ ଆଶା ନୂଆ ଦିଶା

ତୁମେ ଗଲେ ରୁଷି ଫୁଲ ହୁଏ ବାସି 

ମନ ମୋ ମାନେନି ବୋଲ

ହୁଏ ଖାଲି କଲବଲ....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance