ପ୍ରିୟା ପାଖେ ମୋର ରହିଲା ମନ ତା ବୋଉ ଦେଲା ମୋ ଗାଲେ ଚୁମ୍ବନ
ପ୍ରିୟା ପାଖେ ମୋର ରହିଲା ମନ ତା ବୋଉ ଦେଲା ମୋ ଗାଲେ ଚୁମ୍ବନ
କହିବି କହିବି ନୀତି ଭାବୁଥାଏ
ହେଲେ କହିପାରେ ନାହିଁ
କହି ଦେବି ବୋଲି ସବୁକଥା
ଆଜି ହାତକୁ ଧରିଲି ଯାଇ
ଦେହ ଥର ଥର ମନ ଡର ଡର
ପାଟି ଫିଟିଲାନି ଜମା
ପାଟି ଫିଟାଇ ମୁଁ କହିବା ଆଗରୁ
ତା ବୋଉ ଆସିଦେଲା ଚୁମା
ସେ ଚୁମା କୁଆଡେ ଯେତେ ଖାଉଥିଲେ
ପେଟ ପୁରିବ ନି ଜମା
କେତେ ଭୁଲି ବାକୁ ଚେଷ୍ଟା କଲେ ମଧ୍ୟ
ମନ ରୁ ଯିବନି ଜମା
ସେ ଚୁମା ଏଯାଏ ମନରୁ ଯାଇନି
ଲାଗୁଅଛି ଭାରି ଡର
ସେ ମୋତେ ଯେ ପରି ଚାହାଣି ଦେଇଛି
ଲାଗେ ଲାଲ୍ ବାହିନୀ ଡର
ମୁଁ କି ବୁଝିବା ସୁଜିବା ପୁଅ
ଡରି ରହିଯିବି ତାକୁ
ପୁଣି ଥରେ ମୁହିଁ ଚେଷ୍ଟା କରିଥିଲି
ମନ କଥା କହିବାକୁ
ଓଠ ଚିପିଚିପି ପାଖକୁ ଆସି
ମୋ ଗାଲରେ ଦେଲା ଚୁମ୍ବନ
ସେଇ ଦିନ ଠାରୁ ବନ୍ଧା ରହିଗଲା
ତୁମ ପାଖେ ଏଇ ମନ
ତୋ ଓଠର ସେଇ ମଧୁର ଚୁମ୍ବନ
ଆଜିବି ରହିଛି ମନେ
ସେ ଚୁମ୍ବନ କେବେ ଭୁଲି ପାରିବିନି
ବଞ୍ଚିଥିବା ଯାଏଁ ଜୀବନେ
ତୁ ଯେତେବେଳେ ଚୁମ୍ବନ ଟେ ଦେଲୁ
ହଜିଗଲି କିଛି କ୍ଷଣ
ପରେ ମୁଁ ଜାଣିଲି ତୋ ଓଠ ମୋ ଗଲେ
ଦେଈ ଥିଲା ଚୁମ୍ବନ ।

