STORYMIRROR

Kabiratna Nutan Kumar Behera

Romance Action Inspirational

4  

Kabiratna Nutan Kumar Behera

Romance Action Inspirational

ପ୍ରିୟା ମୋର ସରଗ ପରୀ

ପ୍ରିୟା ମୋର ସରଗ ପରୀ

1 min
363

ପ୍ରିୟା ମୋର ସରଗର ପରୀ

ମୋ ପାଇଁ ଆସିବ ସେ ସରଗୁଁ ଅବତରୀ

ସାଥେ ତାର ଆଣିବ ସାଥୀ କରି

ସଂସାରର ଯେତେ ସୁଖ ଶିରୀ,

ରୂପରଙ୍ଗରେ ଜହ୍ନର ଜୋଛନାକୁ

ସେ ଫିକା ପକାଇ ଦେବ ମଳିନ କରି 

ଫୁଲର କୋମଳତା ଆଉ ମହକ

ହୃଦୟେ ତାର ଥିବ ଭରି।

ହସର ପସରାର ସିଏ ଫୁଲଝରି

ଓଠରୁ ତା' ମଧୁ ପଡୁଥିବ ଝରି,

ପରସ ତାର ଲାଗିବ ଯାଦୁକରୀ

କଥା କଅଁଳ ଖରାର ଉଷୁମ ଛୁଆଁ

କିମିଆଁ କରି ଟାଣି ନେବ ମନର ଡୋରି

ତା' ଚାଲିରେ ସେ ଆକର୍ଷି ନେବ ମୋତେ

ପାଉଁଜିର ରୁଣୁଝୁଣୁ ଶବଦ କରି।

ପ୍ରିୟା ମୋର ସରଗର ପରୀ

ମୋ ପାଇଁ ସେ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ

ଅତି ଅଲିଅଳି ସେ ସୁକୁମାରୀ

ସୌଭାଗ୍ୟବତୀ ରୂଫମୟୀ ରାଜକୁମାରୀ,

ମୋ ପ୍ରତି ତାର ଭଲ ପାଇବା

କା' ସାଥେ ପାରିବିନି ମୁଁ ତୁଳନା କରି

ପ୍ରେମ ମନ୍ଦିରର ସେ ପ୍ରଣୟ ବଲ୍ଲରୀ।

ସେ ମୋ କଳା କଉତୁକ ପ୍ରେମ ସୁଧାନିଧି

ରସ କଲ୍ଲୋଳର ଲାଳିତ୍ୟଭରା ପଦ ପରି

ଭାବରେ ବାନ୍ଧି ଦେବ ସେ ମୁଗ୍ଧକରି,

ଆଖିର ଚାହାଁଣୀ ଅଙ୍ଗର ଭଙ୍ଗୀରେ ତା'

ପଡୁଥିବି ମୁଁ ଚେତନା ହାରି

ଲାଗିବ ପାନ କଲା ଭଳି କାଦୋମ୍ଵରୀ।

ପ୍ରିୟା ମୋର ସରଗର ପରି

ମୁଁ ତାକୁ ଭଲ ପାଏ ପ୍ରାଣ ଭରି

ମୋ ପାଇଁ ସେ ଅନିନ୍ଦ ସୁନ୍ଦରୀ ଅପସରୀ,

ଜୀବନ ସାଥୀ ରୂପେ ପାଇଲେ ତାକୁ

ହେବି ମୁଁ ଜୀବନେ ଭାଗ୍ୟବାନ 

ସେ ମୋ ସପନକୁ ଦେବ ସତ କରି।

ମୋତେ ସବୁ ସଫଳତା ପାଇବାରେ

ଦେବ ପ୍ରେରଣାର ଇନ୍ଧନ ଭରି

ଜୀବନର ଯେତେ ଅଧୁରା ଆଶା ଆକାଂକ୍ଷା 

ସବୁକୁ ସେ ଦେବ ସାକାର କରି,

ଫଗୁଣ ଫୁଲର ରଙ୍ଗରେ ମହକ ବିତରି

ମନ ବଗିଚାକୁ ସଜାଇ ଦେବ ସୁଷମା ଭରି

ପ୍ରିୟା ମୋର ସରଗର ପରୀ।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance