STORYMIRROR

Panchanan Jena

Tragedy

4  

Panchanan Jena

Tragedy

ପରିସ୍ଥିତି ତନ୍ତ୍ର

ପରିସ୍ଥିତି ତନ୍ତ୍ର

1 min
73


ସବୁ ବୁଝି-ସୁଝି ବି

ପରିସ୍ଥିତ-ତନ୍ତ୍ରରେ ପଡି

ବେଳେ ବେଳେ ଅବୁଝା - ଅସୁଝା

ହେବାକୁ ପଡ଼େ


ସବୁ ଜାଣି-ଶୁଣି ବି

ଅବସ୍ଥା ଚକ୍ରରେ ଚଢି

କେବେ କେବେ ଅଜଣା-ଅଶୁଣାର

ଅଭିନୟ କରିବାକୁ ପଡ଼େ


ସବୁ ଦେଖି-ରେଖି ବି

ସମୟ ସରଣୀରେ ଗଡି

ଅନେକାଂଶରେ ଅଦେଖା-ଅରେଖା

ନାଟକ କରିବାକୁ ପଡ଼େ


ସବୁ ନିରେଖି-ପରଖି ବି

ଭାଗ୍ୟବକ୍ରରେ ଉଠିପଡି

ଅନେକ ବାଙ୍କରେ ନିରେଖା-ପରେଖା 

ତାମସା କରିବାକୁ ଲୋଡ଼େ


ସବୁ ତର୍କ-ବିତର୍କ ପରେ ବି

ସୂଅ ମୁଁହରେ ପତ୍ର ପ୍ରାୟ

ସମସ୍ୟା ସ୍ରୋତରେ ଗଜମୁର୍ଖ ପରି

ମୌନ ବ୍ରତଧାରୀ ସାଜିବାକୁ ପଡ଼େ


ସବୁ ରାଗ- ୠଷା ପରେ ବି

ଦାୟିତ୍ଵ-କର୍ତ୍ତବ୍ୟ ପାଇଁ

ଦୀନ ହୀନ ଅକିଞ୍ଚନ ପରି

ହସି ହସି ଶତ୍ରୁ ପାଦ ଧରିବାକୁ ପଡ଼େ


ସବୁ ଗାଳି- ଗୁଲଜ ପରେ ବି

ସଂପର୍କ-ଭାଇଚାରା ପାଇଁ

ଶୋକ-ଶୌର୍ଯ୍ୟକୁ ଚାପିରଖି

ମିଛି ମିଛିକା ସବୁ ଠିକ୍ ଠାକର

ଡେଙ୍ଗୁରା ବଜେଇବାକୁ ପଡ଼େ


ଜୀବନ ହିଁ ଆବୁଡା ଖାବୁଡ଼ା ଯାତ୍ରା

କେଉଁଠି ଉଠାଣି ପୁଣି କେଉଁଠି ଗଡ଼ାଣି

ବାଙ୍କରେ ଫାଙ୍କରେ ଘାଟିରେ ପୁଣି ବେଶି ବୁଲାଣି

କେଉଁଠି ବନ୍ଧୁର ପୁଣି କେଉଁଠି କଙ୍କର

ମଝି ରାସ୍ତାରେ ସମସ୍ୟା କିମ୍ଭୁତକିମ୍ଭାକାର


ଗନ୍ତବ୍ୟ ଜଣାନାହିଁ

ଲକ୍ଷ୍ୟସ୍ଥଳ ବି ଦିଶୁନି କାହିଁ

ମଣିଷ ପୁଅ ଆମେ

ବୀର ପୁରୁଷ ମହି ଧାମେ

ପଛ ଘୁଞ୍ଚା ନାହିଁ ବୀରର ଯାତକେ

ହାରିବା ଶିଖିନି ଜୀବନ ମାତ୍ରକେ


ହେଉ ପଛେ ଭିନ୍ନ ପରିସ୍ଥିତି ଚିତ୍ର

ଆସୁ ପଛେ କ୍ଲ୍କିଷ୍ଟ ସ୍ଥାନ କାଳ ପାତ୍ର

କୁଶଳୀ ଯାହୁଗର ପରି

ସମୟକୁ ବାନ୍ଧିବାକୁ ହେବ

ହାତ ମୁଠାରେ

ଯତ୍ର ତତ୍ର ଅନ୍ୟତ୍ର ସର୍ବତ୍ର ।।


Rate this content
Log in

Similar oriya poem from Tragedy