STORYMIRROR

kamal kumar dash

Romance

3  

kamal kumar dash

Romance

ପ୍ରୀତି ଫୁଲ

ପ୍ରୀତି ଫୁଲ

1 min
11.5K

 

ତୁମ ଅଗଣାର  ପ୍ରୀତିଫୁଲ ହୋଇ 

    ନୀତିଦିନ ଝରୁଥିବି 

ତୁମ ଚଉରାରେ  ସଂଜ ବତି ହୋଇ 

    ନୀତିଦିନ  ଜଳୁଥିବି (1)

ପ୍ରୀତିଭରା  ସେଇ ଚେନାଏ ହସରେ 

   କବିତା ମୁଁ ଲେଖୁଥିବି 

ଜୀବନ ପଥରେ  ସେ ପ୍ରୀତି ଆଶାରେ 

   ନୀତି ଦିନ ଚାଲୁଥିବି (2)

ସେଇ ପ୍ରୀତି ଫୁଲ ସାଉଁଟି ଆଣି ମୁଁ 

   ଗଭାରେ ମୁଁ ସଜାଇବି 

ହସ ଦେଇ ତୁମ  ଓଠରେ ଆଖିରେ 

   ସବୁ ଲୁହ ପୋଛିନେବି (3)

କବିତା ହୋଇ ମୁଁ ତୁମରି ସ୍ମୃତିରେ 

   ନୀତି ମନେ ପଡୁଥିବି 

ତୁମ ଚଲାପଥ  ପାଦ ଚିହ୍ନ ଧାରେ 

   ପାଦଚିହ୍ନ ଛାଡିଯିବି (4)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance