STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Romance Tragedy

2  

ନାୟକ ଅକ୍ଷୟ ରାଜହସ୍ତୀ

Romance Tragedy

ପ୍ରୀତି ବେରଙ୍ଗ

ପ୍ରୀତି ବେରଙ୍ଗ

1 min
107

ବିଶ୍ବାସ ର ଭିତ୍ତିଭୂମି

ଭରସା ର କାନ୍ଥ ଉପରେ

ଚାରି ପାଖକୁ ଆବୋରି ରଖିଥିବା ସମ୍ପର୍କ ର ଛାତ ଟିଏ

ବେଶ୍ ମଜବୁତ୍ ଓ ସୁଦୃଢ଼ ବି ଭଲପାଇବାର ସୁପ୍ତ ପରଶରେ...

ଇପ୍ସିତ ଓ ଇପ଼୍ଙସିତା ଉଭୟେ ଅନୁରୂପ ଭାବେ ଲିପ୍ତ ଥାନ୍ତି

ସ୍ଵକୀୟ ଅଭିଳଷିତ ରାଗ _ଅନୁରାଗ ର ମଧୁ ସଂରଚନା ରେ...

ପ୍ରତି କ୍ଷଣ ହୁଏ ପ୍ରୀତି ବଣ...

ସବୁ ସ୍ମୃତି ହୁଏ ପରିବ୍ୟାପ୍ତି....

ଅଭିଳଷିତ କାମନା ର ଭାବ ବିନ୍ୟାସ ରେ

ମସଗୁଲ ହୁଅନ୍ତି ଦୁଇ ପ୍ରୀତି ପକ୍ଷୀ l

କିନ୍ତୁ କେବେ ବିଧିର ବିଡ଼ମ୍ବନା

ଆଉ କେବେ ଲୁ ପ୍ରବାହ ପରି ପାରିପାର୍ଶ୍ବିକ ସାମାଜିକ

ଉଣା କଥା ଶୁଣl କଥା

ପୁଣି କେତେବେଳେ ସନ୍ଦେହ ର ଲୁଣିଆ ପବନ

ଆକ୍ରାନ୍ତ ହୁଏ ଭାବ ନଦୀ କୂଳ ର ପ୍ରୀତି ଅମାରତ୍ l

ପ୍ରେମ ର ଗୋଲାପି ରଙ୍ଗ ରେ ରଞ୍ଜିତ

ପରସ୍ତ ପରସ୍ତ ଉଦ୍ଦୀପନା ବିଭାବ

ଧୀରେ ଧୀରେ ହୁଏ ଅବକ୍ଷୟ....

ରଙ୍ଗ ହୁଏ ଫିକା

ସୁରାଗ ସରାଗ ହୁଏ ବେରଙ୍ଗ

ବେରଙ୍ଗ ରୁ ଯନ୍ତ୍ରଣା

ଯନ୍ତ୍ରଣା ରୁ ପୁରା କଲବଲ....

ଦୁଇ ପ୍ରୀତି ପକ୍ଷୀ ଭିତରୁ ଗୋଟିକର ହୃଦୟ ରୂପାୟିତ ହୁଏ ଛଟପଟ ରେ...

ଦିନ ସରେ କିନ୍ତୁ ଦୈନ୍ୟ ସରେ ନାହିଁ

ରାତି ସରେ କିନ୍ତୁ ରତି ସରେ ନାହିଁ

ପରିଶେଷରେ ଚରିତ୍ର ହୁଏ ଚର୍ଚିତ

ପ୍ରୀତି ବେରଙ୍ଗ ପାଇଁ

ଯୁଗ ଯୁଗ ପାଇଁ...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance