Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Laxminarayan Sahoo

Inspirational


4.5  

Laxminarayan Sahoo

Inspirational


ପରୀକ୍ଷା

ପରୀକ୍ଷା

1 min 4 1 min 4

 ଏ ଜୀବନ ପରୀକ୍ଷା ମୟ

କଷଟି ପଥରେ ବାରମ୍ବାର

ଘଷି ହୋଇ ମଳିଚମ ଛାଡ଼ିବା 

ଅତି ସାଧାରଣ ।


 ହଁ ,କେବେ

ମୋର ଛାତି ଚିରି ପାରିନି

କି କରି ପାରିନାହିଁ ଅଗ୍ନି ତର୍ପଣ,

ତଥାପି ପରୀକ୍ଷାର ଅନ୍ତ କାହିଁ । 


 ନିଜ ଭିତରେ ଆପଣା ପଣକୁ

ଜାହିର୍ କରିବା ପାଇଁ,

ତୁମ ଭିତରେ ନିଜକୁ ଖୋଜି ପାଇବା ପାଇଁ,

ପରୀକ୍ଷା ।


 ମୁଁ ତ ଫାଟି ଯା କହିଲେ

ଫାଟି ଯାଏନି ଧରିତ୍ରୀ,

ଫାଟି ଯାଏ 

ମୋ ଘରର ଦଦରା କାନ୍ଥ

ଯା ଉପରେ ବିଶ୍ୱାସର

ଛାତ ହୁଏ ଟଳମଳ ।


Rate this content
Log in

More oriya poem from Laxminarayan Sahoo

Similar oriya poem from Inspirational