STORYMIRROR

Jayashree Maharana

Children

3  

Jayashree Maharana

Children

ପରିବାର

ପରିବାର

1 min
221

ମୋର ପରିବାର ଭାରି ସୁନ୍ଦର

ସେନେହ ଶରଧା ଥାଏ ନିରନ୍ତର

ଜେଜେବାପା ମୋର ଭାରି ଚତୁର

କରନ୍ତି ନାହିଁ ସେ ତିଳେ ଅହଂକାର ।


ଜେଜେ ମାଆ ଆମ କରେ ଆଦର

ଖୋଲିଦିଏ ନିତି ଗପ ଭଣ୍ଡାର

କେଡେ ପରିଶ୍ରମୀ ବାପା ମୋହର

ତାଙ୍କ ଲାଗି ଭରେ ଆମ ଉଦର ।


ବୋଉର ସେନେହ କେତେ ମଧୁର

ଅତୁଲ୍ୟ ମମତା ଭରା ସାଗର

ଭାରି ଚଗଲିଆ ଭାଇଟା ମୋର

ସଦା ହସବୋଳା ତା'ର ଅଧର ।


ଏ ଘର ମୋ ପାଇଁ ସରଗପୁର

ନ ଲାଗୁ କେବେ ବି କାହା ନଜର ।





Rate this content
Log in

Similar oriya poem from Children