Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kailash Chandra Behera

Romance

4  

Kailash Chandra Behera

Romance

ପ୍ରେମରେ ପ୍ରେମରେ

ପ୍ରେମରେ ପ୍ରେମରେ

1 min
392


ବାଟୋଇ ମୁଁ ଏକ ତୁମେ ସିନା ଛାୟା

         ଦାନ କରୁଥିଲ ମୋତେ,

ବୃହତ୍ ଭାନୁ ଭାନୁ ପ୍ରଭାରେ ମୋ ତନୁ

        ପକାଇଲ କେଉଁ ମତେ ।


ବୃଷଭାନୁ ସୁତା ବିରହେ ଯେପରି 

        ହେଉଥିଲେ ହୃଷିକେଶ ,

ବିକଳ ହେଉଛି ଅନ୍ତର ସେପରି

         ଗୋଚର ଥିବ ଅବଶ୍ୟ ।


ବାମଦେବ ଯୋଗେଶ୍ବର ହୋଇ ବି ତ,

         ଛାଡ଼ି ନ ପାରନ୍ତି ବାମା ,

ବିଜୟ କିପରି କରିବି କାମକୁ 

        ଛାଡ଼ି ତ ନ ପାରେ ଜମା ।


ବହୁଦୂରେ ଯାଇ ରହିଗଲ ତୁମେ

         ହୋଇଲାଣି ବହୁଦିନ ,

ବାରତା ପାଇଲେ ଦେଖିଲା ପରାୟ

         ଲାଗୁଅଛି ମୋର ମନ ।


ବକୁଳ ବନର କୋକିଳ ପରି ମୋ

         ଅନ୍ତର ଡାକେ ତୁମକୁ ,

ବକୁଳ ତମାଳ ସ୍ନେହ ମଲ୍ଲିମାଳ

       ଧରି ଆସ ମୋ କୋଳକୁ ।


ବେନି ଛାତି ଯିବ ମିଶି

       ବାନ୍ଧିବା ସ୍ମରକୁ କଷି

ବିକଳେ ବୋବାଳି ଛାଡୁଥିବ ସେତ

        ଆଉ ନ ପାରିବ ଆସି ।


Rate this content
Log in

Similar oriya poem from Romance