Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amit Bal

Romance Inspirational

4.0  

Amit Bal

Romance Inspirational

ପ୍ରେମରେ ପଡୁନ ଥରେ

ପ୍ରେମରେ ପଡୁନ ଥରେ

1 min
236


ମୁଁ କହିଲି ଏତେ ଅଭିମାନ

     କ'ଣ ପାଇଁ କରୁଛ ନିଜ ଉପରେ

ସବୁ ରାଗ ରୁଷା ଛାଡି ଦେଇ

       କାହା ପ୍ରେମରେ ପଡୁନ ଥରେ ,


ମନରେ ଲଗାଅ ପ୍ରଜାପତିର ଡେଣା

ଲଂଘି ଯାଅ ପାହାଡ଼ ପର୍ବତ ଝରଣା ,

ଦେଖିବ ଭଲ ହିଁ ଲାଗିବ ବଂଶୀସ୍ୱନ

ବଉଳର  ବାସ୍ନା  ମଧୁପର ଗୁଞ୍ଜନ .......


ସେ କହିଲା କ'ଣ ପାଇଁ କରିବି ମୁଁ

        ମିଛଟାରେ ଏତେ ଆଡ଼ମ୍ବର

ଆକାଶ ଫର୍ଚ୍ଚା ହେବାକୁ ବସିଲାଣି

       ଏବେ ଆଉ କେଉଁ ଥିରେ ଡର ! 


ଏମିତି ବି ବୟସର ବଢନ୍ତା ନଈରେ

       କେବେ ଠାରୁ ଆସି ସାରିଛି ଜୁଆର ,

କେହି ଯଦି ଗୋଟାପଣେ ଭିଜି ନ ଭିଜିଛି 

       ମୋର ଆଉ କ'ଣ ଅଛି କହିବାର .......

         


Rate this content
Log in

Similar oriya poem from Romance