ପ୍ରେମରେ ପଡିଲେ
ପ୍ରେମରେ ପଡିଲେ


ନୂଆ ନୂଆ ପ୍ରେମରେ ପଡିଲେ ସତେ
ଦୁନିଆଟା ଲାଗେ ତୁଚ୍ଛ
ଯାହାକୁ ଚାହୁଁଚ ସିଏ ହିଁ ସର୍ବସ୍ୱ
ଆଉ ସବୁ କିଛି ମିଛ ।
ଧୀରେ ଧୀରେ ସବୁ ବଦଳି ଯାଏ ଯେ
ମନୋଭାବ ବ୍ୟବହାର
ମନେପଡେ ନାହିଁ ସାଥେ ଥିଲା କେହି
ଆଜି ସିଏ ସାତପର ।
ହୃଦୟେ ଜଣକୁ ରଖିଲା ପରଠୁ
ଆଉ ଯେତେ ବନ୍ଧୁ ଦୂର
ହୃଦୟ ଲାଳସା ହୁଏ କ୍ରମେ ବୃଦ୍ଧି
ସ୍ପର୍ଶ କରେ ଅନାଦର ।
ସମୟର ଘୋର ଅଭାବ ହୁଅଇ
ଜଣଙ୍କ ପାଖରେ ଶେଷ
ମତିଭ୍ରମ ରୋଗ ଗ୍ରାସଇ ଶରୀର
ନୁହେଁ ଏଠି କାହା ଦୋଷ ।।