STORYMIRROR

Sukanti Hotta

Romance

4  

Sukanti Hotta

Romance

ପ୍ରେମର ରଙ୍ଗ

ପ୍ରେମର ରଙ୍ଗ

1 min
368

ଜୀବନ ନଈର ବିଚିତ୍ର ସୁଅରେ

ମଝି ଦରିଆରେ ଆସି

ପ୍ରେମିକ ପ୍ରେମିକା ମନ ଖୁସିରେ

ପ୍ରେମ ରାଇଜେ ଭାସି

ଅସୁମାରୀ ସ୍ବପ୍ନ ହୃଦୟେ ଧରି

ଭାବନା ରାଜ୍ୟେ ବସି

ପ୍ରେମ ପତରରେ ଗୋଲାପ ଆଙ୍କି

ଅଙ୍କ ଦିଅନ୍ତି କଷି

ମନରେ ମନ ମିଶି

ସଂସାର ଜାଲରେ ଛନ୍ଦି ହୋଇଯାଇ

ମୋହ ମାୟାରେ ପେଷି

ଜୀବନ ରଙ୍ଗକୁ ରଙ୍ଗେଈ ଦେଇ

ଭାବନ୍ତି ଦିବାନିଶି

ପ୍ରେମର ରଙ୍ଗେ ତ୍ୟାଗର ରଙ୍ଗ

ଯେବେ ପ୍ରବେଶ କରେ

ପରିବାରଟି ବାନ୍ଧି ହୋଇଯାଏ

ସ୍ନେହ ପ୍ରେମର ଡୋରେ l



Rate this content
Log in

Similar oriya poem from Romance