STORYMIRROR

Ch Loknath Reddy

Romance

3  

Ch Loknath Reddy

Romance

ପ୍ରେମର ରୀତି

ପ୍ରେମର ରୀତି

1 min
194


ଭଲ ପାଇବାଟା

ଭୁଲ ନୁହେଁ ବନ୍ଧୁ

ଆସକ୍ତି ରଖିବା ଭୁଲ

ଅନାସକ୍ତ ଭାବେ

ଯିଏ ଭଲପାଏ

ପାଇଯାଏ ପ୍ରେମ ଫୁଲ |

ସ୍ନେହ କରିବାଟା

ଭୁଲ ନୁହେଁ ଭାଇ

ସ୍ୱାର୍ଥ ରଖିବାଟା ଭୁଲ

ନିସ୍ଵାର୍ଥ ଭାବରେ

ସ୍ନେହ ଯିଏ କରେ

ସ୍ନେହଧାରା ମିଳେ ଭଲ |

ପ୍ରେମ କରିବାଟା

ପାପ ନୁହେଁ ପ୍ରିୟ(ପ୍ରିୟା)

ପ୍ରତାରଣା ଦେବା ପାପ

ବିନା ପ୍ରତାରଣେ

ଯିଏ ପ୍ରେମକରେ

ହୋଇଯାଏ ସେ ନିଷ୍ପାପ |

ହାତ ଧରିବାଟା

ଅପରାଧୀ ନୁହେଁ

ହାତଛଡ଼ା ଅପରାଧ

ସଦା ସର୍ବଦା ଯେ'

ହାତ ଧରିଥାଏ

ଅଟେ ସେହି ପ୍ରେମରାଜ |

ପ୍ରେମ ବନ୍ଧନରେ

ବାନ୍ଧି ରହିବାଟା

ଭୁଲ ନୁହେଁ ଭୁଲ ନୁହେଁ

ସେ' ପ୍ରେମ ବନ୍ଧନେ

ବିଶ୍ୱାସ ରହିଲେ

ସ୍ୱର୍ଗସୁଖ ମିଳିଯାଏ |


Rate this content
Log in

Similar oriya poem from Romance