ପ୍ରେମର ପରିଭାଷା
ପ୍ରେମର ପରିଭାଷା
ଚିର ଓ ଶାଶ୍ଵତ ସବୁଜିମା ଭରା
ପ୍ରେମର ସେ ପରିଭାଷା
ନ ଥାଏ ତ ସର୍ତ୍ତ ନ ଥାଏ ତର୍କ
ଥାଏ ଖାଲି ମନେ ଆଶା।
କାମାସକ୍ତ ନୁହେଁ ପ୍ରେମ ପରିିଭାଷା
ଦେହାସକ୍ତ ନୁହେଁ ପ୍ରେମ
କଳଙ୍କିତ ନୁହେଁ ରୂପ ଗୁଣ ଏଠି
ଲୋଭାସକ୍ତ ନୁହେଁ ମନ।
ସବୁ ଆଶା ଓ ନିରାଶା ମିଳନରେ ପ୍ରେମ
ସିଏ ବି ବନ୍ଧନହୀନ
ସେଇଥିପାଇଁଁ ତ ଭୁଲି ହୁଏ ନାହିଁ
ଜୀବନେ ପ୍ରଥମ ପ୍ରେମ

