Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Liza Senapati

Action

3  

Liza Senapati

Action

ପ୍ରେମର ଦରବାର

ପ୍ରେମର ଦରବାର

1 min
199


ଏଇ ଦେଖ ଦୂର ଦିଗବଳୟକୁ,

କେହି ଜଣେ ଆସୁଚି,

ଓଦା ଓଦା ଆଖି ତାର।

ରକ୍ତ ଭିଜା ତା ନରମ କମଳ,

ବୋଧେ ଅତିକ୍ରମ କରିଆସିଛି,

କେତେ କଣ୍ଟକିତ ପଥ ,

ତୁମ ପାଶେ ନ୍ୟାୟ ପାଇଁ। 

ଅଭିମାନ କରିଚି ପ୍ରେମିକା 

ତା ପ୍ରେମିକ ଉପରେ ପ୍ରେମ ପାଇଁ

 ଏଇ ସବୁଜିମା ପୃଥିବୀ

ନୀଳ ଆକାଶ କିଏ ବା ନଜାଣେ

ତୁମେ ଖୋଲିଚ ନ୍ୟାୟର ଦରବାର

ତୁମ ନୀରବତା କ'ଣ,

ତୁମ ବଡ଼ପଣ ଉପରେ,

କଳକଂ ଛିଟା ଲଗେଇବନି।

ସମସ୍ତଙ୍କ ପରି ତାକୁ ଜବାବ ଦରକାର

ତମେ ପାଷାଣ ଏକଥା ତାକୁ ଅଛପା

ଅନିଶ୍ଚିତ ଆଶା ନେଇ

ଅନ୍ତନିର୍ହିତ ଶକ୍ତି ଉପରେ ବିଶ୍ୱାସ ରଖି,

ମାଗିବାକୁ ପ୍ରେମକୁ ତାର। 

ସଜାଡ଼ିବାକୁ ତା ଅସଜଡା ପ୍ରେମକୁ,

ତୁମ ଦରବାରରେ ନିରାଶ କରନି ।


Rate this content
Log in