STORYMIRROR

Chinmay Barik

Romance

4  

Chinmay Barik

Romance

ପ୍ରେମର ବାଉଳି

ପ୍ରେମର ବାଉଳି

1 min
418


ନାଁ ଆବାହନରେ!

ନାଁ ବିସର୍ଜନରେ!

କେମିତି ମୁଁ ସବୁ ଅପ୍ରାପ୍ତତି କୁ ପ୍ରାପ୍ତି ସଯାଏ

ପୋଖରୀ ତୁଠରେ ଗୋଡିକୁ ଫିଙ୍ଗି,

ପଦ୍ମକୁ ଦେଖି ଅଥଳ ତଳ ଗଣ୍ଡରେ।।


ଯେଉଁଠି ବାରମ୍ବାର ପଥଭ୍ରଷ୍ଟ ହୁଏ ଅଣ ଲେଉଟାସ୍ୱପ୍ନ,

 ସକାଳର ମୁକୁଳା ପଣ

 ମଧ୍ୟାହ୍ନର ପୁଙ୍ଗୁଳା କେଶ,

 ଓଠର ଦ୍ବାର ଦେଶରେ

 ପରିତ୍ୟକ୍ତ ଜ୍ୟାମିତି ବାକ୍ସ ଭିତରେ।।


ଆଶାର ଅରୁଣୀମାରେ ମୋହ ଗ୍ରସ୍ତହୁଏ

କାମନାର ଶୋଷ,

ଅଶରୀର ଘୁରିବୁଲେ ଚାଳରୁ ଚଟାଣ ଯାଏ,

ନିଃଶ୍ବାସର ଉଷ୍ମତାକୁ ଅକାରଣେ ବରଣ କରି

ଆମୋଘ ଆଶ୍ଲେଷର ସୁସୁପ୍ତି ଭିତରେ।।


ଏବେତ ସଜାଡ଼ିବାର ବେଳ।

ନିଃଶ୍ବାସକୁ ନିରୁପଣ କରି କେମିତି ମୁଁ

ସଜାଡିବି ବିଶ୍ୱାସର ଶିରା ପ୍ରସିରାକୁ,

ନିଜକୁ ନିଜେ ଝୁଣ୍ଟି ଶୁଖିଲା ପତ୍ର ଉଡାଇ

ଧୂଳିରେ ହେଉ ଅବା ଧୂମାଳରେ।।


ଥରୁଟିଏ ଦେଖି ଯାଅ,

ତୁମ ମୌନ ରହିବାର ନିରବ ପଣରେ

କେମିତି ମୁଁ ଅଧା ମୋଡା ଲୁଗାକୁ ଗୁରାଏ

ଗଛର କୋରଡରେ,

ମୃଗର ବାଉଳି ଖାଇ ତୁମକୁ ଦେଖିବା ପାଇଁ

ଆକାଶରେ ପ୍ରତିଥର ଝଙ୍କାର ତୋଳି,

ଅନ୍ଧାରର କାତରତାକୁ ବରଣ କରି

ମୋ ସମଗ୍ର ଅସ୍ତିତ୍ବରେ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance