ଆଶାର ଅରୁଣିମା
ଆଶାର ଅରୁଣିମା
ଅନ୍ତରୀକ୍ଷରେ ଉର୍ଦ୍ଧ୍ୱକୁ ଚାହିଁବା ଏ ମୋର
ପିଲାଳିଆମୀ ନୁହେଁ ତ!
ଅରଣ୍ୟକୁ ଦେଖି ମୁଁ ବା କାଇଁ ଖାଏ ମୃଗର ବାଉଳି,
ଥରକୁ ଥର ବିଭୋରତାର ସିଡିକୁ
ଅତିକ୍ରମ କରି ମୋ ନିଜ ଭିତରେ।।
ଅନ୍ଧାରର କାନ୍ଧକୁ କେମିତି ମୁଁ
ଧାରଣ କରି ଖୋଜିବୁଲେ ତୁମ
ପ୍ରେମର ପ୍ରାପ୍ତିକୁ ପାଇବା ପାଇଁ,
ଦିନ ରାତିକୁ ଏକ ବାର କରି ଏ ବିଶ୍ଵ ବ୍ରହ୍ମାଣ୍ଡରେ।।
ଯେଉଁଠି ସ୍ୱପ୍ନ ହୁଏ ଦିଗଭ୍ରଷ୍ଟ
କାହା ଉଷୁମ ନିଃଶ୍ୱାସକୁ ମୁଁ କାକୁସ୍ତ ପଣରେ,
ଧାରଣ କରେ ଲୁଣିଘର୍ମକୁ ପିଇ
ନିଜ ଓଠର ପରିସୀମା ଭିତରେ।।
ସଂଘାନତାରେ କେମିତି ମୁଁ ବା ଧାରଣ
କରିଥାନ୍ତି ତୁମ ଦେବୀ ପଣକୁ,
ପଥର ଦେହରେ ତୁମ ଶରୀରର
ବ୍ୟସାର୍ଦ୍ଧକୁ ଆଙ୍କି, ସମୁଦ୍ରର ଗଣ୍ଡରେ ନୌକା ବୋହି
ଲଣ୍ଠନର ନୁଖୁରା ସଳିତାକୁ ଉର୍ଦ୍ଧ୍ୱଗାମୀ କରି,
ମୁକ୍ତି ବିଳାସର ଡିଆଁକୁ ଡେଇଁ ବାଲି ପଠାରେ।।
ଜହ୍ନ ଆଲୋକକୁ ଆଞ୍ଜୁଳିରେ ଧରି
ଧାଇଁଥାଏ ଯେ ଧାଇଁଥାଏ,
ତୁମ ନୀଳରଙ୍ଗ ଶାଢ଼ୀର ଆସ୍ତରଣକୁ ଦେଖି,
ମୋ ଆଶାର ଅରୁଣିମାକୁ ଉଦ୍ଭାସିତ କରି
ଶୂନ୍ ଶାନ୍ ରାତ୍ରିରେ ଅନ୍ଧାରକୁ ବରଣ କରି,
ମୋ ଅନ୍ତରର ଅନ୍ତରୀକ୍ଷରେ
ଅବା ଅପ୍ରାପ୍ତି ଠୁ ପ୍ରାପ୍ତି ପାଇବାର ଅଭିସ୍ପାରେ।।
"କିଏ ଜାଣେ ପ୍ରାପ୍ତି ପାଇବାର ମାର୍ଗ
କେବେ ପୂର୍ଣ୍ଣହେବ ମୋ ଆତ୍ମାର ଅନୁରକ୍ତିରେ"।।