STORYMIRROR

Kabiratna Nutan Kumar Behera

Romance Tragedy

3  

Kabiratna Nutan Kumar Behera

Romance Tragedy

ପ୍ରେମର ଆଖିରେ ଲୁହ

ପ୍ରେମର ଆଖିରେ ଲୁହ

1 min
201

ପ୍ରେମ ନୁହେଁ ଲୁହର ସାଗର

ହୃଦୟର ବେଳାଭୂମିରେ ଆସି

ମୁଣ୍ଡ ପିଟିବ ଅସହାୟତାରେ

ହୋଇ କୋହର ପ୍ରବଳ ଜୁଆର

ଅବା ନୁହେଁ କଣ୍ଟକିତ ପଥ

ପାଦ ପକାଇଲେ ଝରିବ

ପାଦରୁ ଝର ଝର ରକ୍ତର ସୁଅ  

ଏ ହୁଏ ଯଦି ଶଠତାର ପ୍ରବଞ୍ଚନା

ଝରାଏ ସେ ପ୍ରେମର ଆଖିରୁ ଲୁହ

ସେ ଲୁହ ନୁହେଁ ଅନ୍ତର୍ଦାହ

କରି ନୀରବରେ ପ୍ରତିବାଦ

ଦେଉଥାଏ ନିଷ୍ଠୁର ଅଭିଶାପ

ପ୍ରଭାବରେ ତାର ଆସେ ଘୂର୍ଣ୍ଣିଝଡ଼

ଜୀବନକୁ କରିଦିଏ ଏକ ଧ୍ୱଂସସ୍ତୁପ।


ପ୍ରେମ ଆତ୍ମା ଆତ୍ମାର ଅତୁଟ ବନ୍ଧନ

ହୃଦୟରେ ଥାଏ ଚିରକାଳ

ଏ ଶାଶ୍ବତ ଚିରନ୍ତନ ପ୍ରେମକୁ

ଦିଏ ଯିଏ ଧୋକା କରି ଛଳନା

କି ପ୍ରତାରଣା କରେ ସ୍ବାର୍ଥପରତାରେ

ସେ ପ୍ରେମର ଆଖିରେ 

ବହି ଆସେ ଅସରା ଲୁହ

ଯା'ର ପରିଣତି ଅତି ଭୟଙ୍କର 

ପ୍ରେମ ଅପୂର୍ବ ଆନନ୍ଦର ଏକ ଉତ୍ସ

ଜୀବନକୁ ସାର୍ଥକ କରିବାର ମନ୍ତ୍ର

ଅନୁଭବ ନ କରି ତାର ମହତ୍ଵ

ଦିଏ ଯିଏ ପ୍ରେମର ଆଖିରେ ଲୁହ

ସେ ଲୁହ ବନ୍ୟା ହୋଇ

ପ୍ରତାରକକୁ ନିଏ ଭସାଇ

ମାରି ଦିଏ ତା ଭଉଁରୀରେ ବୁଡ଼ାଇ।


ଆଜିର ପ୍ରେମ ହରାଏ ତା ସ୍ୱରୂପ

ପ୍ରେମ ନାମରେ ହୁଏ ବ୍ୟାଭିଚାର

କଳଙ୍କିତ କରେ ତାର ପବିତ୍ରତାକୁ 

ଶୂନ୍ୟତାର ଛାଇ ଆଲୁଆରେ

କେବଳ ଦେଖାଯାଏ

ପ୍ରେମର ଆଖିରେ ଲୁହ..........।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance