STORYMIRROR

Manash ranjan Pattanayak

Abstract

3  

Manash ranjan Pattanayak

Abstract

ପ୍ରେମକାଳି +++++++++++++++++++

ପ୍ରେମକାଳି +++++++++++++++++++

1 min
281

ରଜଗୀତ ଗାଇ ଖେଳୁଥିଲା ପ୍ରିୟା ଆମ୍ବ ଡାଳେ ରଜଦୋଳି 

ମୁଁ ଯେବେ ଆସିଲି ସେ ଗଛ ପାଖକୁ ଖୁସିରେ ହେଲା ବାଉଳି

ଦୋଳିରୁ ଓଲ୍ଲାଇ ମୟୂରୀ ଚାଲିରେ ଆସିଥିଲା ଧିରେ ଧିରେ 

କପାଳେ କୁଙ୍କୁମ ବେଣୀରେ ଗଜରା ପାଦରେ ଅଳତା ଗାରେ

ପ୍ରେମ ସୁହାଗିନୀ ସିଏ ମୋ କାହାଣୀ ଗଳାରେ କାଇଁଚମାଳି

ରଜଗୀତ ଗାଇ ଖେଳୁଥିଲା ପ୍ରିୟା ଆମ୍ବ ଡାଳେ ରଜଦୋଳି

ନିଦାଘ ଖରାରେ ସେ ତୋଟା ଭିତରେ ପ୍ରେମ ହେଲା ଉଜ୍ଜୀବିତ

ମୋ ବାହୁ ବନ୍ଧନେ ଛନ୍ଦି ହୋଇଯାଇ  ଗାଇଲା ପ୍ରଣୟ ଗୀତ

ସେ ସମୟ ସତ ଯାଇଛି ଦୂରେଇ ବୋଳିଦେଲି ପ୍ରେମ କାଳି

ରଜଗୀତ ଗାଇ ଖେଳୁଥିଲା ପ୍ରିୟା ଆମ୍ବ ଡାଳେ ରଜଦୋଳି

ମୁଁ ଯେବେ ଆସିଲି ସେ ଗଛ ପାଖକୁ ଖୁସିରେ ହେଲା ବାଉଳି

ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract