STORYMIRROR

pratap nayak

Comedy Romance

2  

pratap nayak

Comedy Romance

ପ୍ରେମିକା ,,,,,,,,,,,,,,

ପ୍ରେମିକା ,,,,,,,,,,,,,,

1 min
109

ପ୍ରେମ କରି ସିଏ ଏକା ପ୍ରେମିକା ସାଜିଛି

ଜୀବନ ଚୌହଦୀ ବେଢୀ ଶୁଭ ମନାସୁଛି


ଅହରହ ଭଲମନ୍ଦ ସବୁ ସେ ବୁଝୁଛି

ପାନରୁ ଚୁନ ଖସିଲେ ଗାଳି ଦେଉଅଛି


ଏଇଠି ବସ ସେଇଠି ଉଠ ସେ କରିଛି 

ଅମାନିଆଁ ହେଲେସିଏ ଆଖି ଦେଖୋଉଛି


ଲେଖା ଯୋଖା ଭଉଣୀ କି ଅପଡ କରିଛି

ବାହରକୁ ଗଲେ ପୁଣି ସାଂଗରେ ଯାଉଛି


ବାପା ମା'ଠାରୁ ଏବେ ଅଲଗା କରୁଛି 

ରାଜି ନହେବାରୁ ମୁହିଁ ମୁହଁ ଫୁଲୋଉଛି


ଏଟା ଆଣ ସେଟା ଆଣ ଫର୍ମାସୀ କରୁଛି

ନଆଣି ପାରିଲେ ମତେ କଂଜୁସ କହୁଛି


ସବୁବେଳେ ମତେ ସିଏ ସଂଦେହ କରୁଛି

କହିଲେ କହୁଛି ଅତି ଭଲ ଯେ ପାଉଛି


କେମିତିକା ପ୍ରେମ ଇଏ କେମିତି ପ୍ରେମିକା

ପ୍ରେମିକାରୁ ବୋହୂ ହେଲେ ମୁଁ ହେଇଯିବି ବୋକା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy