STORYMIRROR

Dharmendra Chuhan

Romance

2  

Dharmendra Chuhan

Romance

ପ୍ରେମିକ ଫଗୁଣ

ପ୍ରେମିକ ଫଗୁଣ

1 min
132

ତୋ ପାଇଁ ରାଣୀ ସାତ ରଂଗ ଆଣି

ଆସୁଛି ଫଗୁଣ ରାଜା,

ଫଗୁରେ ରଂଗେଇ ଦେବ ତୋର ମୁହଁ

ହୃଦୟେ ବଜାଇ ବାଜା

ପଳାଶ ଫୁଲିଆ ପାଟ ଶାଢୀ ନେଇ

ଢାଙ୍କି ଦେବ ଦେହେ ତୋର,

ଶିମିଳି ରଂଗିଆ ଅଳତା ଆଣିକି

ଟାଣି ଦେବ ପାଦେ ଗାର

ମହୁଲି ପିଆଲା ହାତରେ ଧରି

ଢାଳିଦେବ ଓଠେ ରସ,

ସୁଲୁସୁଲୁ ବାଆ ଜାବୁଡି ଧରିବ

ଲାଜ କରିଦେବ ଶେଷ

କଂଚା ଲଙ୍କା, ଲୁଣ, ଖଟା ଆମ୍ବ କଷି,

ଚାର ଖାଉଥିବୁ ବସି,

ସରଗି, ସୁନାରୀ ଫୁଲ କେରା ଆଣି

ଗଭାରେ ଦେବ ତୋ ଖୋସି

ହୋମ ଜଳୁଥିବ ଛାତି ଥରୁଥିବ

ଜଂଗଲେ ଲାଗିବ ନିଆଁ,

ମାଘ ସରିଯାଉ ଫଗୁଣ ଆସୁ

ଏତେ ଛନ ଛନ କିଆଁ


Rate this content
Log in

Similar oriya poem from Romance