STORYMIRROR

Dharmendra Chuhan

Romance

2  

Dharmendra Chuhan

Romance

ପ୍ରେମିକ ଫଗୁଣ

ପ୍ରେମିକ ଫଗୁଣ

1 min
136

ତୋ ପାଇଁ ରାଣୀ ସାତ ରଂଗ ଆଣି

ଆସୁଛି ଫଗୁଣ ରାଜା,

ଫଗୁରେ ରଂଗେଇ ଦେବ ତୋର ମୁହଁ

ହୃଦୟେ ବଜାଇ ବାଜା

ପଳାଶ ଫୁଲିଆ ପାଟ ଶାଢୀ ନେଇ

ଢାଙ୍କି ଦେବ ଦେହେ ତୋର,

ଶିମିଳି ରଂଗିଆ ଅଳତା ଆଣିକି

ଟାଣି ଦେବ ପାଦେ ଗାର

ମହୁଲି ପିଆଲା ହାତରେ ଧରି

ଢାଳିଦେବ ଓଠେ ରସ,

ସୁଲୁସୁଲୁ ବାଆ ଜାବୁଡି ଧରିବ

ଲାଜ କରିଦେବ ଶେଷ

କଂଚା ଲଙ୍କା, ଲୁଣ, ଖଟା ଆମ୍ବ କଷି,

ଚାର ଖାଉଥିବୁ ବସି,

ସରଗି, ସୁନାରୀ ଫୁଲ କେରା ଆଣି

ଗଭାରେ ଦେବ ତୋ ଖୋସି

ହୋମ ଜଳୁଥିବ ଛାତି ଥରୁଥିବ

ଜଂଗଲେ ଲାଗିବ ନିଆଁ,

ମାଘ ସରିଯାଉ ଫଗୁଣ ଆସୁ

ଏତେ ଛନ ଛନ କିଆଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance