STORYMIRROR

Kananbala Das

Romance

3  

Kananbala Das

Romance

ପ୍ରେମ

ପ୍ରେମ

1 min
229


ପ୍ରେମ............................. 

ଏକ ଅନୁଭବ ହୃଦୟର, 

କିଛି ଅନୁଭୂତି ଆବେଗର, 

ପୂଜା ମନ୍ଦିର ରେ ନିରବର, 

କିଛି ମଧୁରିମା ଭାବନାର !!

 

ପ୍ରେମ......................... 

ସୁଗନ୍ଧିତ ମହକ ଆତ୍ମା ର, 

ଗୋପନ ପୁଲକ ଜୀବନ ର, 

ପ୍ରତିଶୃତି ଦୁଇଟି ମନର, 

ସ୍ପନ୍ଦନ ଯୁଗଳ ହୃଦୟର, !!


ପ୍ରେମ.......................... 

ଭାବପ୍ରବଣତା ଜୀବନ ର, 

ବିଶ୍ୱାସ ର ସେତୁ ଭରସା ର, 

ରୋମାଞ୍ଚ ଅକୁହା ବ୍ୟକ୍ତବ୍ୟର, 

ଆକର୍ଷଣ ପ୍ରୀତି କଳ୍ପନା ର. !!


ପ୍ରେମ......................... 

ସୌନ୍ଦର୍ଯ୍ୟ ଏକକ ବ୍ୟକ୍ତିତ୍ୱ ର, 

ଉନ୍ମାଦନା ଅଥୟ ଅସ୍ଥିର, 

ଉଜାଣି ରକ୍ତରେ ପ୍ରଳୟ ର, 

ଲାଭାଟିଏ ଆଗ୍ନେୟ ଗିରି ର !!


ପ୍ରେମ......................... 

ପୁଲକିତ ମହକ ବ୍ୟକ୍ତିର, 

ମଧୁର ଯନ୍ତ୍ରଣା ଭାବନା ର, 

ଅସ୍ଥିର ବେଦନା ସପନ ର, 

ଅବ୍ୟକ୍ତ ଶୀହରଣ ଜୀବର !!


ପ୍ରେମ...........ସେତ....... 

ପିପlସୀତ ଭାବ ର ଫଳନ, 

ତୃଷ୍ଣାୟୀତ ଆତ୍ମାର ମିଳନ, 

ପ୍ରେମମୟ ହୃଦୟ ବନ୍ଧନ, 

ଶାଶ୍ୱତ ପବିତ୍ର ଚିରନ୍ତନ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance