STORYMIRROR

Pradeep Kumar Panda

Romance

3  

Pradeep Kumar Panda

Romance

ପ୍ରେମ

ପ୍ରେମ

1 min
11.3K


ତୁମ ଅପାଶୋରା ସ୍ମୃତିକୁ

ଛାତି ଭିତରେ ସାଇତି

ଦିଗ୍ ବଳୟର ନୀଳ

ଆକାଶ ତଳେ

ଠିଆ ହୋଇ

ତୁମ କଥା ଭାବିଦେଲେ I


କାହିଁ କି? କେଜାଣି

ଏ ମନରେ ଖେଳିଯାଏ

ପରସ୍ତ ପରସ୍ତ ଶିହରଣ

ଭାବନାର ଭକ୍ତି ଅର୍ଘ୍ୟ ଦେଇ

ତୁମେ କର ଶୀତଳ

ଚନ୍ଦନ ଲେପନ

ଖେଳିଯାଏ

ଏ ମନ ହୃଦୟରେ

ଆସ୍ପୃହା ସ୍ପନ୍ଦନ

ପ୍ରତିଟି କୋଣ ଅନୁକୋଣରେ

ଗୁଞ୍ଜରିତ ହୁଏ

ପ୍ରେମ ର ଆଲୋଡନ


କେମିତି ଏ ସୃଷ୍ଟିର ବନ୍ଧନ

କାହିଁ କେତେ ଅନାଦି

କାଳରୁ ରହିଛି

ଏ ଶବ୍ଦ ର ମର୍ମ

ପବିତ୍ର, ପତିବ୍ରତାର, 

ଶାଶ୍ୱତ, ନିରନ୍ତର ଧର୍ମ 

ଆମ ସଂସ୍କୃତି, ପରମ୍ପରା,

ପରିବାର ଦେଇଛି

ଏଠି ସୁନ୍ଦର ପ୍ରେମ


ସତ ରେ କଣ ଆମେ

ବୁଝିବାରେ ରହୁଛି ଭ୍ରମ!

ମୁଁ ଜାଣେ ଏଠି ସଭିଙ୍କୁ

ନିଜର କଲେ

ସୃଷ୍ଟି ହୁଏ ବୋଧେ

ପ୍ରେମ ।


साहित्याला गुण द्या
लॉग इन

Similar oriya poem from Romance