ପ୍ରେମ
ପ୍ରେମ
ପ୍ରେମର ପୋଥିରେ ନାହିଁ
ଲାଭ କ୍ଷତି ହିସାବ
ପ୍ରେମ ଅଙ୍କ ବୁଝେନାହିଁ
ହରିବ କି ହାରିବ ....
ଅନ୍ଧାର ବି ଭଲଲାଗେ ଉଛୁଳେଇ
ମନନଈ ଦୁଇକୂଳ
ଫୁଲ ଗାଲିଚାରେ ପୁଣି ଚାଲୁଚାଲୁ
ପାଦ ହୁଏ ଟଳମଳ
ଭାବର ଦୂନିଆ ପ୍ରେମ,
ଅବୁଝାଙ୍କୁ ଅଭାବ ...
ମଧୁରୁ ମଧୁର ଲାଗେ କେବେ ଏଠି
ବଈଶାଖି ଝାଞ୍ଜି ବାଆ
ମଳୟ ପାଲଟେ ଝଡ, ତୋଫାନରେ
କାତ ଖୋଜେ ଭଙ୍ଗା ନାଆ,
ଶୁଖ ଦୁଃଖ ନବାଣ୍ଟିଲେ
ଲୁହରେତ ଭିଜିବ ...
ପ୍ରେମ ପ୍ରୀତି, ସ୍ନେହ ମମତାରେ ଭରା
ଜୀବନର ପରିଭାଷା
ଆଖିରେ ଆଖିଏ ସ୍ୱପ୍ନ ଭରିଦିଏ
ଜୀଇବା ପାଇଁକି ଆଶା
ମନ ମିଳିଗଲେ ପ୍ରେମ ତ ଅମୃତ,
ଅବୁଝାଙ୍କୁ ପ୍ରେମ ପ୍ରିତି
ବିଷ ପରି ଲାଗିବ ...

