STORYMIRROR

DILIP KUMAR SAHOO

Romance

3  

DILIP KUMAR SAHOO

Romance

ପ୍ରେମ

ପ୍ରେମ

1 min
203

  

      ପ୍ରେମର ପୋଥିରେ ନାହିଁ

      ଲାଭ କ୍ଷତି ହିସାବ

      ପ୍ରେମ ଅଙ୍କ ବୁଝେନାହିଁ

      ହରିବ କି ହାରିବ ....

     ଅନ୍ଧାର ବି ଭଲଲାଗେ ଉଛୁଳେଇ

     ମନନଈ ଦୁଇକୂଳ

     ଫୁଲ ଗାଲିଚାରେ ପୁଣି ଚାଲୁଚାଲୁ

     ପାଦ ହୁଏ ଟଳମଳ

     ଭାବର ଦୂନିଆ ପ୍ରେମ,

     ଅବୁଝାଙ୍କୁ ଅଭାବ ...

     ମଧୁରୁ ମଧୁର ଲାଗେ କେବେ ଏଠି

     ବଈଶାଖି ଝାଞ୍ଜି ବାଆ

    ମଳୟ ପାଲଟେ ଝଡ, ତୋଫାନରେ

    କାତ ଖୋଜେ ଭଙ୍ଗା ନାଆ,

    ଶୁଖ ଦୁଃଖ ନବାଣ୍ଟିଲେ

    ଲୁହରେତ ଭିଜିବ ...

   ପ୍ରେମ ପ୍ରୀତି, ସ୍ନେହ ମମତାରେ ଭରା

   ଜୀବନର ପରିଭାଷା

   ଆଖିରେ ଆଖିଏ ସ୍ୱପ୍ନ ଭରିଦିଏ

   ଜୀଇବା ପାଇଁକି ଆଶା

   ମନ ମିଳିଗଲେ ପ୍ରେମ ତ ଅମୃତ,

   ଅବୁଝାଙ୍କୁ ପ୍ରେମ ପ୍ରିତି

   ବିଷ ପରି ଲାଗିବ ...


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance