STORYMIRROR

Ganapati Bag

Romance

3  

Ganapati Bag

Romance

ପ୍ରେମ

ପ୍ରେମ

1 min
101

ଏ ବାଟରେ ଦିନେ ବାଟ ଚାଲୁଚାଲୁ

ଦେଖାହେଲା ତୁମସାଥେ

ମୁଁ ଦେଖି ଚାହିଁଲି ତୁମେ ଚାହିଁଦେଲ

କଟାକ୍ଷ ନୟନ ପଥେ ।

ଅଧରାଏ ହସ କେଇପଦ କଥା

ଆଜି ପଡୁଅଛି ମନେ

ସେଇ ହସ,କଥା ଫୁଲ ଭଅଁଁରର

ସ୍ମ୍ରୁତି ହେଲା ଦୁଇ ମନେ ।

ନିତି ତୁମ ଯିବା ଆସିବାକୁ ଚାହିଁ

ରହିଥାଏ ମୁଁ ବାଟରେ

ଦେଖାହେଲେ ତୁମ ସୁଖେଯାଏ ଦିନ

ନହେଲେ ମୁଁ ଝୁରିମରେ ।

ନିତିନିତି ନୀତି ଚାଳୁଥିଲା ନିତି

ନୀତିରେ ପଡିଲା ଭଟ୍ଟା

ଲୁଚିଗଲ କାହିଁ ଖୋଜିଲି ଦୁନିଆ

ଷ୍ଟେଟ୍ ଏମ୍ପାୟାର୍ କୋଠା ।

ତୁମେ ଲୁଚିଯିବା ତୁମକୁ ଖୋଜିବା

ତୁମକୁ ପାଇବା ସ୍ୱପ୍ନ

ତୁମ ନିଜଠାରେ ତୁମେହିଁ ତ ନାହଁ

ତୁମେ ନିଜେ ଗୋଟେ ସ୍ୱପ୍ନ ।

ତୁମେତ ମୋ ପାଇଁ ସପନ କି ସତ୍ୟ

ବା ସପନ ସତ୍ୟ ପରି

ପରୀ ରାଜ୍ୟେ ଅବା ତୁମେ ଲୁଚିଅଛ

ଆସ ମୋ ପାଖକୁ ଫେରି ।

ଫେରିଲେ ତୁମଠି ସମର୍ପି ଦେବି ମୋ

ଏ ଜୀବନ ତନୁମନ

ଆମେ ଦୁଇ ପକ୍ଷୀ ପ୍ରେମାକାଶେ ଉଡି

ଗାଉଥିବା ପ୍ରେମଗାନ ।



Rate this content
Log in

Similar oriya poem from Romance