ଆମେ
ଆମେ
1 min
233
ତମେ କିଏ, ତମର ନାଁ ଗାଆଁ
ଅତୀତ ବର୍ତ୍ତମାନ ସବୁ ଅଜଣା
ମୁଁ ଅଚିହ୍ନା ଅପରିଚିତ ତୁମଠାରେ ।
ତମକୁ ମୁଁ ଖୋଜୁଅଛି, ତମେ ମତେ ବି !
ତମେ ଆଉ ମୁଁ କେତେ କଥା ହେଉଅଛେ
ଆତ୍ମିୟତାର ଆତ୍ମିକ ଭାଷାରେ
ଆମେ ହେବାର ଅଦମ୍ୟ ଇଛ୍ଛାରେ ।
"ଭଲପାଇବା ବେଳର ମଧୁର ମୁହୂର୍ତ୍ତ
ଶାଶ୍ୱତ ଦାମ୍ପତ୍ୟ ପ୍ରେମ, ସୂର୍ଯ୍ୟ-ପଦ୍ମଫୁଲ
ଅବା ଦୁଷ୍ମନ୍ତ-ଶକୁନ୍ତଳା ପରି,
ଯୌବନର ରଙ୍ଗିନ୍ ଉଦ୍ୟାନରେ
ଗାଉଅଛେ ଗୀତ"
ସପନ ସାଗରେ ପହଁରି ପହଁରି ।
କଳ୍ପନା ସ୍ରୋତରେ,
ସୀମାହୀନ ଦିଗ୍ ବଳୟ ଯାଏ
ଉଭୟେ ଖୋଜୁଅଛେ ଉଭୟଙ୍କୁ
'ତୁ' ଓ 'ମୁଁ' ର ରୂପାନ୍ତର
'ଆମେ' ହେବା ପାଇଁ ।
