ତୁମେ
ତୁମେ
1 min
164
ତୁମେ କେଉଁଠି ।
କିପରି ତୁମ ରୂପ ରଙ୍ଗ ଆକାର
ନାନା ପ୍ରଶ୍ନ ଉଙ୍କି ମାରୁଥାଏ ମନରେ।
କେବେକେବେ ମୋ ମାନସରେ
ତୁମ ଛବି ଆଙ୍କିବାକୁ ଚେଷ୍ଟାକରେ
ସଫଳ ନ ହେଲେ ବି ବିଫଳ ହୁଏନାହିଁ ।
ଏମିତି ଭାବନାରେ ନିତି ଆସୁଥାଅ
କ୍ଷଣପ୍ରଭା ପରି କ୍ଷଣିକରେ
ଅଦୃଶ୍ୟ ହୋଇଯାଅ ।
କେଉଁଠି ତୁମେ କେଉଁଠି ?
ଚିତ୍କାର କରିଉଠେ, କେବଳ ଚିତ୍କାର !
