Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ganapati Bag

Others

2  

Ganapati Bag

Others

ଜୀବନସାଥୀ

ଜୀବନସାଥୀ

1 min
149


ଅଦୃଷ୍ଟ ସତ୍ତାର ଅଦୃଶ୍ୟ ଇଙ୍ଗିତେ ଆମେସବୁ କଳାକାର

ଅଭିନୟ କରୁକରୁ ଭେଟହୁଏ ନିଛ୍ଛକ ବାସ୍ତବତାର ।


ଚିର ପରିଚିତ ଆତ୍ମିୟ ସ୍ୱଜନ ଅଜ୍ଞାତ ଜଣେ କେବଳ

ଜୀବନସାଥୀର ପଚିଚୟ ଲଭେ ଅବା ପୂର୍ବଜନ୍ମ ଫଳ ।


କାହାପାଇଁ କିଏ ଉପଯୁକ୍ତ ବାଛି ଥୋଇଛି ଭାଗ୍ୟବିଧାତା

ସ୍ଥାନକାଳପାତ୍ର ଅନୁକୂଳ ଦେଖି ଟିପିଦିଏ ଟିପାଖାତା ।


ସେ ଟିପାଖାତାରେ ଟିପହୁଏ ଏକ ନୂତନ ସୃଷ୍ଟି ଗଣିତ

ଅଜଣା ଶୁଆକୁ ଅଚିହ୍ନା ଶାରୀକା ହୁଏ ଆପଣାର ମିତ ।


ବର୍ଷାକୁ ବସନ୍ତ ମୌସୁମୀ-ମଳୟ ପ୍ରକୃତି ନିୟମେ ବନ୍ଧା

ସାତଜନ୍ମ ପାଇଁ ଅଗ୍ନି ସାକ୍ଷ୍ୟ ରହେ ପ୍ରିୟ-ପ୍ରିୟା ହାତଛନ୍ଦା ।


ପ୍ରେମ ନଈଧାରେ ପ୍ରୀତିର ସାଗରେ ଦାମ୍ପତ୍ୟର ଡଙ୍ଗା ବାହି

ହର୍ଷ ଉଲ୍ଲାସରେ ଆଗେଇ ଯାଆନ୍ତି ମୁକୁତା ସନ୍ଧାନ ପାଇଁ ।


ନିମିଷକ ଲାଗେ ମାସ ବର୍ଷ ସମ କ୍ଷଣିକ ଗଲେ ଦୂରେଇ

ପ୍ରତିଟି ମୁହୁର୍ତ୍ତ ମଧୁମୟ ସତେ ପାଶେଥିଲେ ଏକା 'ସେହି' ।



Rate this content
Log in