STORYMIRROR

Abhiram Sahoo

Tragedy

2  

Abhiram Sahoo

Tragedy

ପ୍ରେମ ତମପାଇଁ ‐ ପ୍ରେମ ମୋପାଇଁ

ପ୍ରେମ ତମପାଇଁ ‐ ପ୍ରେମ ମୋପାଇଁ

1 min
14.4K


ଯେଉଁ ପ୍ରେମ ଦିନେ ତୁମକୁ ମୋ ହାତେ

ଦେଇଥିଲା ଉପହାର

ସେଇ ପ୍ରେମ ଆଜି ଜୀବନକୁ ମୋର

କରିଦେଲା ଛାରଖାର ।୦।



ରାତିପାଇଁ ମୋର ସପନ ନଥିଲା ଲୋଡା

ଚାହିଁ ମୁଁ ନଥିଲି ସକାଳକୁ ଫୁଲତୋଡା

ଗୋଧୂଳିକୁ ଦେଖି ମାଗିନି ମଳୟ ଛୁଆଁ

ଶୀତରାତିରେ ମୁଁ ଖୋଜିନି ତାତିଲା ନିଆଁ

ତଥାପି କେମିତି ମୋ ପରିଧି ଡେଇଁ

ତମେ ମୋ ନିଜର ହେଲ ।୧।


ପ୍ରେମ ତମପାଇଁ ଦେହର ଅନ୍ଧାର କିଛି

ପ୍ରେମ ତ ମୋପାଇଁ ପାପପୁଣ୍ଯ ବଛାବଛି

ପ୍ରେମ ତମପାଇଁ ରକତ ନିଗିଡା ତୃପ୍ତି

ପ୍ରେମ ତ ମୋପାଇଁ ନିରୁତା ଲୁହର ପ୍ରୀତି

ସେଥିପାଇଁ ମୋତେ ଭୁଲ୍ ବୁଝି ତୁମେ

ବାଟଭାଙ୍ଗି ଚାଲିଗଲ ।୨।


Rate this content
Log in

Similar oriya poem from Tragedy