Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aparti Charan Sethi

Abstract

4  

Aparti Charan Sethi

Abstract

ପ୍ରେମ ରଙ୍ଗ

ପ୍ରେମ ରଙ୍ଗ

1 min
282



ସେହି ରଙ୍ଗ ମୁହେଁ ଆନନ୍ଦରେ ବୋଳ

    ଯହିଁ ଥାଏ ପ୍ରେମ ରଙ୍ଗ,

ସେହି ରଙ୍ଗ ଠାରୁ ଦୂରେଇ ରହିବା

    ଯେଉଁଥିରେ ନାହିଁ ଭାବ।

ଏମିତି ରଙ୍ଗକୁ ମୁହେଁ ବୋଳ ନାହିଁ

    ଯହିଁରେ ଥାଏ କାଳିମା,

ଯିଏ ବଦଳାଏ ରଙ୍ଗ ପ୍ରତିକ୍ଷଣେ

   ତା' ପାଖେ ଯାଅନି‌ ଜମା।

କାଳିମାର ଦାଗ ଥରେ ଲାଗିଗଲେ

    ଛାଡ଼େ ନାହିଁ ଜୀବନରେ,

ଯମୁନାର ଜଳ ନିଅଣ୍ଟ ହୋଇବ

    ଯେତେ ବି ତ ଧୋଉଥିଲେ।

ଆଜି ବଦଳିଛି ଯଦି ହୋଲି ରଙ୍ଗ

     ପ୍ରକୃତ ପ୍ରେମଟି ନାହିଁ,

କୃତ୍ରିମ ଭାବର ଆଦାନେପ୍ରଦାନେ

     ରଙ୍ଗଯାଏ ବିଷ ହୋଇ।

ରଙ୍ଗ ବଦଳିଲା ଏଣ୍ଡୁଅ ଭଳିଆ

     ମଣିଷ ବଦଳିଗଲା,

ରାଜନୀତି ରଙ୍ଗ ମଣିଷ ହୃଦରେ

     ଅଠା ହୋଇ ଲାଗିଗଲା।

କଥା ବଦଳିଲା, ଭାବ ବଦଳିଲା

     ଚଳଣି ବଦଳିଗଲା,

ଫାଇଦା ପାଇଁକି ମଣିଷ ଏ ପଟୁ

     ସେ ପଟେ ଡିଆଁ ମାଇଲା।

ଅର୍ଥ ସର୍ବସ୍ଵରେ ସ୍ଵାର୍ଥରଙ୍ଗ ଏଠି

     ଭଲକରି ଲାଗିଗଲା,

ପବିତ୍ର ସଂସ୍କୃତି ପ୍ରେମ ଅଭାବରୁ

     ଫିକା ପୁଣି ପଡ଼ିଗଲା।

ଏହା ଯଦି ସତ ରାଇ ଦାମୋଦର

      ବିମାନେ ବିରାଜିଛନ୍ତି,

ଘର ଘର ବୁଲି ଭୋଗ ଖାଉଛନ୍ତି

      ପ୍ରେମ ପୁଣି ବାଣ୍ଟୁଛନ୍ତି।

କାନ୍ଧୁଆ ଗୋପାଳ ଅଭାବ ହେଲେଣି

      ଘଣ୍ଟ ଷଣ୍ଢ ନାଚ ନାହିଁ,

କେଳା କେଲୁଣି କି ମାଙ୍କଡ ନାଚୁନି

      ବାଡିଖେଳ ଜମୁ ନାହିଁ।

ବରଂ ରାଧାକୃଷ୍ଣ ଡାଲାଅଟ କିମ୍ବା

     ଟ୍ରାକ୍ଟର ଗାଡ଼ିରେ ବସି,

ବିମାନ ସହିତେ ବୁହା ହେଉଛନ୍ତି

     ଦୋଳ ମେଲଣକୁ ହସି।

ଶୁଭ ଢୋଲ ଆଉ ମହୁରୀର ଶବ୍ଦ

     ପୂର୍ବଭଳି ଶୁଭୁନାହିଁ,

ବିମାନ ଆଗରେ ଡିଜେ ବାଜା ଆଉ

     ନାଗିନି ଗୀତ ବାଜ‌ଇ।

ମଦ ମାଂସ ଖାଇ ରଙ୍ଗ ବୋଳିହୋଇ      

    ହୋଲି ପାଳି ଲାଭ ନାହିଁ,

ଯଦି ପାରୁଛ ତ ହିନ୍ଦୁ ମୁସଲମାନ

     ସର୍ବେ ଯାଅ ଏକ ହୋଇ।

ଭାଇଚାରା ପର୍ବ ଏ ହୋଲି ପବିତ୍ର

     ପ୍ରକୃତି ପୁରୁଷ ମେଳ‌,

ମାନବୀୟ ଧର୍ମ ନାରୀର ସମ୍ମାନ 

    ଏହିତ ପ୍ରକୃତ ଦୋଳ।



এই বিষয়বস্তু রেট
প্রবেশ করুন

Similar oriya poem from Abstract