STORYMIRROR

Alok Ranjan DASH

Romance

3  

Alok Ranjan DASH

Romance

ପ୍ରେମ ର ପରିଭାଷା

ପ୍ରେମ ର ପରିଭାଷା

1 min
319

କି ଧନୀ କି ଗରିବ ,

ପ୍ରେମ ଜାଣେନା ଜାତି ଅଜାତି

ସେ ପ୍ରେମର ନାହିଁ କଳନା

ସ୍ୱର୍ଗୀୟ ସୁଖ ର ଦିଏ ଅନୁଭୂତି

ନ ଥାଏ ଛଳନା


ନିର୍ବାକ ନିଶ୍ଚଳ ସେ ଅଥଚ

ପ୍ରେମ ଅସୀମ, ସୀମାହିନ ଆକାଶ

ପ୍ରେମ ଗଭୀର , ସାଗର ଠୁ ବି

ସେ ଚିହ୍ନିନାହିଁ ତନ କି ଧନ

କେବଳ ବୁଝେ ନିଷ୍କପଟ ମନ


ପ୍ରେମ ଦେଖେନି ସମୟ କି ସ୍ଥାନ

ଏହା ଚିରନ୍ତନ, ପବିତ୍ର ଏ ପ୍ରେମ

ପ୍ରେମ ପାଇଁ ସଂଜ୍ଞା ନାହିଁ, କହିବାକୁ ଭାଷା ନାହିଁ

ଏହାର ସୃଷ୍ଟି କେଉଁଠି, କେବେ ତାର ଜନ୍ମ

ଜଣା ନାହିଁ


ଆଜି କାଲି ପ୍ରେମ ଏକ ସଉକ

ଗୋଟାଏ ଗୋଟାଏ ଖେଳ ପରି,

ପ୍ରେମ ପାଇଁ ଚାଲୁଛି ମୂଲଚାଲ

କିନ୍ତୁ ପ୍ରେମ ର କଣ କିଛି ମୂଲ୍ୟ ଅଛି?

କିଏ କରିପାରେ ନିଲାମ

କାହା ଦେହରେ ଏତେ ଶକ୍ତି ଯେ,

ସତ୍ୟ ପବିତ୍ର ପ୍ରେମ ର ଦେଇ ପାରିବ

ଉଚିତ୍ ଦାମ୍



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance