STORYMIRROR

SUKANTA KHANDA

Romance

4  

SUKANTA KHANDA

Romance

ପ୍ରେମ ପୁଲକ

ପ୍ରେମ ପୁଲକ

1 min
374


ପ୍ରେମର ପୁଲକେ ସନ୍ତୁଳିତ ହୋଇ

ବସିଥିଲି ଘର କୋଣେ

କେବେ ଘୂରିବୁଲେ ବିଲ ବନ ନଈ

କେଉଁଠି ପାଇବି ଜଣେ?୧

ପାଇଗଲି ଦିନେ ନଦୀପଠା ଧାରେ

ଦରବୁଢା଼ ଜଣେ ଲୋକ

ମୋହର ଆଖିରୁ କ'ଣ ସେ ବୁଝିଲା

ତା'ହୃଦେ ହୋଇଲା ଭୋକ।୨

କଥା ନ କହୁଣୁ ମୃଗୁଣୀକୁ ସିଂହ

ଯେମିତି ଝୁଣି ପକାଏ

ପେଟ ପୁରିବାରୁ ଝୁଣି ଚାଲିଗଲା

ନ ପଚାରି ଥରୁଟିଏ।୩

ଭଲ ଲାଗିଲା କି ମନ୍ଦର ଏ ଦୋଳି

ସେ ଧୀଟ ଲୋକଟି କୋରି 

ବୁଣିଦେଇ ଗଲା ମୋ'ହୃଦୟେ ବିଷ

ଅନ୍ତସତ୍ତ୍ବା ମୋତେ କରି।୪

ଆଜି ମୁଁ ବୁଝୁଛି ପ୍ରେମର ପୁଲକ

କେତେ ଭଲ କେତେ ମନ୍ଦ

ଏମିତି କାହିଁକି ଈଶ୍ବର ଖଞ୍ଜିଛି

ଜଗତେ କପଟ ଛନ୍ଦ।୫

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance