STORYMIRROR

Dr.Sashi Bhushan Mohapatra

Romance

3  

Dr.Sashi Bhushan Mohapatra

Romance

ପ୍ରେମ ଫୁଲଟିଏ

ପ୍ରେମ ଫୁଲଟିଏ

1 min
247


ଗୋଲାପକୁ ଭଲ ପାଏ ବୋଲି

କଣ୍ଟାର ଆଘାତ ସହିଲି

ରକ୍ତ ଦିଟୋପା ନିଗାଡ଼ି

ବେଦନାଭରା ଆନନ୍ଦ ପାଇଲି |

 

ବଗିଚାରେ ନୋଟିସ ମାରିଛି

ଫୁଲରେ କେହି ହାତ ନଦେବାକୁ

ସେ ଯେମିତି ଶୋଭା ପାଉଥିବ

ସମସ୍ତଙ୍କୁ ଆକର୍ଷଣ କରୁଥିବ,

ସଭିଏଁ ଘଡ଼ିଏ ଅଟକି ଦେଖୁଥିବେ

ଗୋଲାପ ସହ ସମ୍ପର୍କ ଯୋଡ଼ୁଥିବେ |


ଗୋଲାପ କେବଳ ଫୁଲର ପାଖୁଡା ନୁହେଁ

ପ୍ରେମର ପ୍ରତିକଟିଏ କହୁଥିବେ,

ପାଷାଣ ହୃଦୟ କେହି ନୁହେଁ

ସମସ୍ତେ ତା' ପ୍ରେମରେ ପଡ଼ୁଥିବେ,

କଣ୍ଟାର ଫୁଲଟିଏ ସିନା

ହୃଦୟର ପ୍ରେମ ଫୁଲଟିଏ କହୁଥିବେ |



Rate this content
Log in

Similar oriya poem from Romance