STORYMIRROR

DHARITRI SAHU

Romance

3  

DHARITRI SAHU

Romance

ପ୍ରେମ ପାପ ନୁହେଁ

ପ୍ରେମ ପାପ ନୁହେଁ

1 min
187

ପ୍ରେମ କରିବା କଣ ପାପ,

ମୁଁ ତ ଅନନ୍ତ ଅନାଦି କାଳରୁ ପ୍ରେମକରୁଛି

ଆଉ ଆଜି ଚିତ୍କାର କରି ଦୁନିଆ ଆଗରେ

ପ୍ରକାଶ କରୁଛି ହଁ ହଁ ସେ 

ମୋର ପ୍ରାଣପ୍ରିୟତମ।

ମୋ ବାଲକୋନୀର-କବାଟ

 ଫିଟାଇ ଦେଲେ,

ଦୂର ଦିଗ୍ ବଳୟ ରେ

ସେ ମୋତେ ହାତ ଠାରି ଡାକେ।

ଅତୀତର ପୃଷ୍ଠାଗୁଡା 

ଫର୍ ଫର୍-ହୋଇ

ଆପେ ଆପେ ଲେଉଟିଣ ଯାନ୍ତି,

ତା ମୋ ହୃଦୟ ର ଭାବ

ତା ଛଡ଼ା କିଏ ବା ବୁଝିବ:

ଇଛା ହୁଏ

ସବୁ ସମ୍ପର୍କର ସେତୁ ଡେଇଁ

ଚିତ୍କାର କରନ୍ତି

ମୁଁ ତୋତେ ଭଲ ପାଏ

ପାଉଥିଲିପାଉଥିବି ମଧ୍ୟ

କିଏ ମୋତେ ବୁଝୁକି ନବୁଝୁ 

କିଏ ମୋତେ ବୁଝୁଛି ନ ବୁଝୁ

ମୁଁ ହିଁ ତୋରି ପ୍ରେମିକା।

ଚନ୍ଦ୍ର ସାଥେ ସମ୍ପର୍କ ମୋ

ଜନ୍ମ ଜନ୍ମାନ୍ତର ନୁହେଁ

ସେ ଆଦି ଆଜନ୍ମ କାଳରୁ ।

ମଣିଷ ଜନମ ପାଇ

ଚାହିଁଲେ ବି ତାକୁ ଆଜି

 ଛୁଇଁ ମୁଁ ପାରୁନି

ମନ ଭରି ତାକୁ ଆଜି

ଦେଖିବି ପାରୁନି

ମୁଁ ଅଭିଶପ୍ତ ରାଜକନ୍ୟା

ସେ ମୋର ସ୍ବପ୍ନ ରାଜ୍ୟ 

ରାଜକୁମାର"।

 କହୁଛନ୍ତି ସବୁ

ପରିପକ୍ୱ ବୟସରେ

ପ୍ରେମ ଆଉ କରିବା ବି ମନା

ସମ୍ପର୍କର ସେତୁ ବନ୍ଧ

ଡେଇଁ ବା ବି ମନା ।

କିଏ ଆମ ପ୍ରେମ 

ପଥେ ପ୍ରାଚୀର ସାଜିବ,

ମୋ ପ୍ରେମ ଯେ ଶାଶ୍ଵତ

ପ୍ରେମ ପୁଷ୍ପ ଅର୍ଘ୍ୟ ଥାଳି

 ସଦା ମୋର

ହାତରେ ସଜ୍ଜିତ।

ସେ ମୋର ଚୀରଇପ୍ସିତ

ଜନ୍ମ ଜନ୍ମ କୋଟି ଜନ୍ମ 

ତା ପାଇଁ ମୋହର ଉତ୍ସର୍ଗ।

ପ୍ରେମ ପାପ ନୁହେଁ କେବେ

ସର୍ବଦା ପୂଣ୍ୟ ନିର୍ଝରଣୀ

କୁଳୁକୁଳୁ ସୁମଧୁର ତାର ଯେ ରାଗୀଣି,।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance