STORYMIRROR

DILIP KUMAR SAHOO

Romance

4  

DILIP KUMAR SAHOO

Romance

ପ୍ରେମ ଓ ଫଗୁଣ

ପ୍ରେମ ଓ ଫଗୁଣ

1 min
256

ପଳାସ ପନ୍ଧିଛି ରକ୍ତ ରଙ୍ଗ ପାଟ

ମହୁଲ ବୁକୁରେ ଅବିର ହୋଇଛି ସିଞ୍ଚା

ହସୁଛି ଫଗୁଣ ସିମିଳି ଦେହରେ

  ବୋଳିଦେଇ ସତେ ନାଲିଆ ସିନ୍ଦୂର ମେଞ୍ଚା

ପ୍ରେମର କାହାଣୀ ବଖାଣି ବଖାଣି

ଫୁଲର ସହରୁ ଶୀତ ଦିଏ ପଛ ଘୁଞ୍ଚା


ସେବତୀ ସୁନ୍ଦରୀ ସଞ୍ଜ ନଉଁନଉଁ

ମହକ ମାଖୁଛି ସତେ

ମାଳତୀ କୁଞ୍ଜରେ ପ୍ରେମର କବିତା

ଲେଖା ହେଉଅଛି କେତେ

ଫଗୁଣ ଦୋଳିରେ ଝୁଲିଝୁଲି ସେଇ

 ପିରତି ପାଗଳ  ବାନ୍ଧନ୍ତି ସପନ ମଞ୍ଚା


ଆମ୍ବ ବଉଳର ବାସ ଚହଟଇ

ଫଗୁଣ ଆସିବା ଜାଣି

ଚୋରା ମଳୟରେ ମଲ୍ଲିର ମହକ

ମନ ନେଉଅଛି କିଣି

ପହଲି ପ୍ରେମକୁ ଚହଲେଇ ଦିଏ

ଚଇତି ପବନ , ବୟସକୁ ଦେଖି କଞ୍ଚା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance