STORYMIRROR

Prasanna kumar sahu

Romance

3  

Prasanna kumar sahu

Romance

ପ୍ରେମ ହୁଏ କେମିତି

ପ୍ରେମ ହୁଏ କେମିତି

1 min
189

ପ୍ରେମ କରେ ନାହିଁ

କେହି କାହାକୁ

ଆପେଆପେ ହୋଇ ଯାଏ

ଚାହାଣି ଭିତରେ

ଚକ୍ଷୁ ମିଳନରେ

ପ୍ରେମ ଟି ଉଦ୍ରେକ ହୁଏ।


ପ୍ରେମ ଉତ୍ପତ୍ତି ଯେ

ହୃଦୟେ ହୁଅଇ

ପ୍ରେମିକ ପ୍ରେମିକା ପାଇଁ,

ସେହି ଦିନ ଠାରୁ

ପ୍ରେମିକ ପ୍ରେମିକା

ପ୍ରେମ ରଜୁରେ ରହି।


ବାସ୍ତବ ପ୍ରେମରେ

ନାହିଁ ଦିଆ ନିଆ

ହୃଦୟ ଅଦଳ ବଦଳ,

କେହି କାହାକୁ ଯେ

ଘଡ଼ିଏ ଅଦେଖା

ହୁଏ ଡହକ ବିକଳ।


ଜଣଙ୍କ ପାଦରେ

କଣ୍ଟା ଫୁଟି ଗଲେ

ଅନ୍ୟର ହୃଦୟ କଣା,

ଜଣଙ୍କ କଥାକୁ

ପିଏ ଆନ ଜଣ

ଭାବିଣ ନବାତ ପଣା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance