STORYMIRROR

ମହାଗାଲୁଆ ସନୁ

Comedy

4  

ମହାଗାଲୁଆ ସନୁ

Comedy

ପ୍ରେମ-ହାସ୍ୟ

ପ୍ରେମ-ହାସ୍ୟ

1 min
385

ପ୍ରେମ 

ସକାଳୁ ବିଲ ପଡିଆରେ କାମ ସରିଯିବା ପରେ ଢାଳ ଖୋଜିବା,

ପ୍ରେମ

ପୁରା ସିଗାରେଟ ଟାଣି ସରିଲା ପରେବି ପରର ସିଗାରେଟ ଟାଣିବା,

ପ୍ରେମ,

୧୦ ଟଙ୍କା ଗୁପୁଚୁପୁ ଖାଇ ଦିଟା ଶୁଖିଲା ମାଗିବା

ପ୍ରେମ,

ଜୋତାକୁ ଛିଡି ଗଲା ପରେ ପିନ ମାରି ପିନ୍ଧିବା

ପ୍ରେମ,

ବିନା ହେଲମେଟରେ ବି ଟ୍ରାଫିକ ବାଲାଙ୍କୁ ହାକିମ ଦେଖେଇବା 

ପ୍ରେମ,

ଫୁଲ ମାଲ ମାରି ରାସ୍ତାରେ ଝୋର ଝୋର କବିତା ପଢିବା

ପ୍ରେମ ,

ପାଣିଆ ଡ଼ାଲିକୁ କି ବଢିଆ ହେଇଛି ବୋଲି କହିବା

ପ୍ରେମ 

ଅନ୍ୟର କବିତାକୁ ନିଜ ନା ରେ ଗାରେଇବା 

ପ୍ରେମ ,

ପ୍ରେମିକାର ସୁନ୍ଦରୀ ସାଙ୍ଗକୁ ରାତିରେ ମେସେଜ କରିବା

ପ୍ରେମ,

ମିନା ବଜାରରେ ବୁଲି ବୁଲି ଦୋକାନ ଜିନିଷ ଦେଖିବା,

ପ୍ରେମ,

ପ୍ରେମିକାର ସାନ ଭଉଣୀକି ଚୋକଲେଟ ଦେବା

ପ୍ରେମ ,

ରାତି ଅଧରେ ହୋଷ୍ଟେଲ ଗେଟ ଦେଇକି ଯିବା

ପ୍ରେମ,

ବାପା ଭାଇ ଦେଖିଲେ ସିଗାରେଟ ଲୁଚେଇବା 

ପ୍ରେମ,

ଝିଅକୁ ଦେଖିଲେ ଅଧା ଅଧା ହିନ୍ଦୀ କହିବା,

ପ୍ରେମ

ବର ର ଶାଳୀକୁ ଭୋଜିରେ ଅହେତୁକ ଅନୁକମ୍ପା ଦେବା ,

ପ୍ରେମ,

ଠାକୁର ଆଗରେ ଥାଇ ମନ୍ଦିରରେ ଝିଅଙ୍କୁ ଉଣ୍ଡିବା, 

ପ୍ରେମ,

ମାଗଣା ଚାଉଳ ଆଉ ଛତୁଆ ମାଗି ଆଣିବା 



Rate this content
Log in

Similar oriya poem from Comedy