STORYMIRROR

DILIP KUMAR SAHOO

Romance

4  

DILIP KUMAR SAHOO

Romance

ପ୍ରେମ ଘଣ୍ଟି ବାଜିଲା

ପ୍ରେମ ଘଣ୍ଟି ବାଜିଲା

1 min
216

  ବାଜିଲା ଲୋ ବାଜିଲା

  ପ୍ରେମ ଘଣ୍ଟି ବାଜିଲା

  ହଜିଲାଲୋ ହଜିଲା

  ମନ ମୋର ହଜିଲା  

  ଆମ ଘରପାଖ ସୁନ୍ଦରୀ ଝିଅର

  ପ୍ରେମରେ ମୋମନ ଭିଜିଲା...।


   ଆଖି ଯାଏ ଲାଖି ଚାଲି ତାର ଦେଖି

   ଫଗୁଣ କରୁଛି ବାଦ

   କେମିତି କେଜାଣି ଚୋରି କରୁଛି ସେ

   ମୋ ଆଖିରୁ ନିତି ନିଦ

    ଆସଇ ଲୋ ଆସଇ

    ସପନରେ ଆସଇ

    କୁହଇ ଲୋ କୁହଇ

    କାନେ ମୋର କୁହଇ

    ମୁଁ କାଳେ "କାତ" ତାର 

    ସିଏ ମୋର " ଆହୁଲା"...।


  ନିରୋଳା ରାସ୍ତାରେ ଦେଖି ମୋତେ ଦିନେ

  ଚାହିଁଲା ସେ ବୁଲିବୁଲି

  ପାଖକୁତ ଆସି ମୋ ମୁହଁକୁ ଚାହିଁ

  ହସିଲା ସେ ଖିଲିଖିଲି

  ମାଗିଲାରେ ମାଗିଲା

  ହୃଦୟ ମୋ ମାଗିଲା       

  ଚଗଲା ଲୋ ଚଗଲା

  କଲା ମୋତେ ଚଗଲା

  ବେଶ ତାର ହସ ତାର

  ଫୁଲ ଶର ମାଇଲା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance