STORYMIRROR

Kumar Mrutyunjay

Romance

2  

Kumar Mrutyunjay

Romance

ପ୍ରେମ:ଏକ ପ୍ରଶ୍ନବାଚୀ

ପ୍ରେମ:ଏକ ପ୍ରଶ୍ନବାଚୀ

1 min
263

ପ୍ରେମ କଣ ସାଗର ତଟର ବାଲି ଘର 

ଜୁଆର ଭଟ୍ଟା ରେ ଭାଙ୍ଗିଯିବ 

ପ୍ରେମ କଣ ମରୁଭୂମି ର ମରୀଚିକା 

ନା କିଛି ତାର ଅସ୍ତିତ୍ୱ ଥିବ 

କିଏ କହି ପାରିବ ଯେ

ସେ ପ୍ରକୃତ ପ୍ରେମୀ 

କଣ ପ୍ରମାଣ ଅଛି ପ୍ରେମ ର


ଗଗନ ପବନ ରେ କୃଷ୍ଣଚୂଡ଼ା ପ୍ରୀତିମହ୍ଲାର 

ଆଘ୍ରାଣେ ଆଘ୍ରାଣେ ଗୋଲାପ ର ବାସ୍ନା 

ଶୟନେ ସ୍ୱପନେ ଜାଗରଣେ 

ଶିହରୀ ଉଠୁଥିବା କୋଷ ର 

ପ୍ରେମ କଣ ପ୍ରାଣବନ୍ତ ଉପହାର


ଅଜଣା ରାଇଜ ର ଅସୁମାରୀ ଆଶା 

ଅବା ସ୍ନେହ ଶ୍ରଦ୍ଧା ଭରସା 

ହେଇପାରେ ମାନ ଅଭିମାନ 

ଅବା ହୃଦୟ ମନ୍ଦିର କୁ

ଅନାୟାସେ ତାର ଆଗମନ

କଣ ଏଇ ସବୁ ଚିନ୍ତା ଚେତନା 

ଭାବ ଭାବନା ହିଁ ପ୍ରେମ


କିଏ ଦେଖିଛି ନା ଛୁଇଁଛି 

ଖାଲି ମର୍ମେ ମର୍ମେ ଅନୁଭବ 

କ୍ଷଣେ କ୍ଷଣେ ପଲକ ପଡ଼ୁ କି ନପଡୁ 

ଆସିଯାଉଥିବା ହଜେଇନେଇଥିବା 

ପ୍ରଣୟ ପ୍ରୀତି ରେ ଭିଜେଇ ଦେଇଥିବା 

ଛବି ହିଁ ବୋଧେ ପ୍ରେମ


ପ୍ରେମ ଶାଶ୍ୱତ ଅନନ୍ତ ବିଶାଳ 

ଏଇ ଛୋଟ ଜଗତ ର ଛୋଟ ପ୍ରାଣୀ 

କଣ ସତରେ ଜାଣିଛି ବୁଝିଛି ଅବା 

ପ୍ରାଣେ ପ୍ରାଣେ ଅଙ୍ଗେ ଲିଭେଇଛି 

ସତରେ କହିପାରିବ ପ୍ରେମ ର ସଂଜ୍ଞା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance