STORYMIRROR

Ajit Kumar Raut

Tragedy

3  

Ajit Kumar Raut

Tragedy

ପ୍ରଭୁଙ୍କୁ ଗୁହାରି

ପ୍ରଭୁଙ୍କୁ ଗୁହାରି

1 min
154


କିପରି ଦେଖୁଛୁ ଆମରି ଦୁର୍ଦ୍ଦିନ

ବିଚ୍ଛିନ୍ନାଚଳଟି ହେଲା ଶିରୀହୀନ

ଭାଷାଶୂନ୍ୟ ହେଲା ଓଡିଆର ପ୍ରାଣ

ଆର୍ତ୍ତନାଦେ ଡାକେ ଶ୍ରୀ ମଧୁସୂଦନ।୧।


ଦୟା ନିଧୀ ପ୍ରଭୁ ଅନୁଗ୍ରହ କର

ଉଜ୍ବଳ ଭବିଷ୍ୟ ଅର୍ପଣ ଟି କର

ଭାଷାର ଅଙ୍କୁର ପ୍ରଜ୍ବଳିତ କର

ଓଡ଼ିଆ ଜନଙ୍କୁ ଆଶିର୍ବାଦ କର।୨।


ଜଗତ ଠାକୁର ଓଡ଼ିଆ ପୁଅସେ

ଓଡିଆଙ୍କ କଷ୍ଟ ଦୂର କରିବେ ସେ  

ଓଡ଼ିଆ ଡାକୁଛି ଦୁଖିତ ମନେ ସେ             

ଦୁର୍ଦ୍ଦିନ ଅନ୍ଧାର ଦୂର କରିବେ ସେ।୩।


ଏତିକି କରୁଣା ନିଶ୍ଚୟ ବିହିତ

ସାଧ ନୂଆ ଯୁଗେ ଏ ଭୂମିର ହିତ

ବିଚ୍ଛିନ୍ନାଚଳରେ ଦିଅ ନବ ବଳ

ସାର୍ଥକ ହେଉ ସେ ଓଡିଆଙ୍କ ବଳ।୪।


ବିଚ୍ଛିନ୍ନାଚଳରେ ପବିତ୍ର ଜୀବନ

ପବିତ୍ର କାନନେ ଅପୂର୍ବ ସୁମନ

ଧାର୍ମିକ ଭୂମିରେ ଭାଷାର ଚମନ

ଭରି ଦିଅ ପ୍ରଭୁ ଜଗତ ଜୀବନ।୫।


କିପରି ଦେଖୁଛୁ ଆମରି ଦୁର୍ଦ୍ଦିନ

ବିଚ୍ଛିନ୍ନାଚଳଟି ହେଲା ଶିରୀହୀନ

ଭାଷାଶୂନ୍ୟ ହେଲା ଓଡିଆର ପ୍ରାଣ

ଆର୍ତ୍ତନାଦେ ଡାକେ ଶ୍ରୀ ମଧୁସୂଦନ।୬।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy