STORYMIRROR

Kishore Nayak

Tragedy Fantasy

4  

Kishore Nayak

Tragedy Fantasy

ପ୍ରାୟଶ୍ଚିତ

ପ୍ରାୟଶ୍ଚିତ

1 min
354


ଆଖିର ଲୁହରେ ଯାତନା ଲହୁରେ 

ପ୍ରାୟଶ୍ଚିତ ହୁଏ କର୍ମର ଫଳ 

କୃତ କର୍ମ ଯେବେ ବିକୃତ ହୋଇଣ 

ଜୀବନ ବାଟରେ ସାଜଇ କାଳ ll

ଚାହୁଁ ଚାହୁଁ ଏଠି ଜୀବନ ଆକାଶେ 

ଦୁଃଖର ବାଦଲ ଆସଇ ଘୋଟି 

ବଦଳି ଯାଏ ଏ ଜୀବନର ସଜ୍ଞା 

ହତାଶରେ ଯାଏ ନୀରବେ ଲୋଟି ll

କାଲି ଥିଲା ଭଲ ଆଜି କାହିଁ ପାଇଁ

ଚାହୁଁ ଚାହୁଁ ଗଲା ବିଷାଦେ ଭରି 

କିଏ ଜାଣିଥିଲା ଏପରି ଘଟିବ 

ସବୁ ହସ ଖୁସି ଯିବ ଯେ ମରି ! ll

ପଲକେ ତକ୍ଷଣେ ସବୁକିଛି ଏଠି 

କାହିଁକି ହଠାତ୍ ବଦଳିଯାଏ 

ଖୁସି ଦୁନିଆରେ ଲାଗିଯାଏ ନିଆଁ 

କେଉଁ ଭୁଲ୍ ପାଇଁ ଏପରି ହୁଏ? ll

ପଥ ବହୁଦୂର ପ୍ରଶ୍ନ ବି ଅନେକ 

ଉତ୍ତର ତ ଏଠି ମିଳଇ ନାହିଁ

କୃତ କର୍ମ ଏଠି ନିଜ ଭାବନାରେ 

ଗୋଟି ଗୋଟି ହୋଇ ଉଠଇ ଚେଇଁ ll

ପ୍ରାୟଶ୍ଚିତ ଏଠି ପଶ୍ଚାତାପ ଆଣି 

କୃତ କର୍ମ ଫଳେ ଦିଅଇ ଦୋଷ 

ନିଷ୍ଠୁର ସମୟ ଦଣ୍ଡର ତାଣ୍ଡବେ 

ଯନ୍ତ୍ରଣାରେ ହୁଏ ଜୀବନ ଶେଷ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy