STORYMIRROR

Aparti Charan Sethi

Abstract Tragedy

4  

Aparti Charan Sethi

Abstract Tragedy

ପ୍ରାୟଶ୍ଚିତ

ପ୍ରାୟଶ୍ଚିତ

1 min
10


ଭୁଲ୍ ପାଇଁ କ୍ଷମା ଅବଶ୍ୟ ରହିଛି

   ପାପ ପାଇଁ ପ୍ରାୟଶ୍ଚିତ,

ପ୍ରାୟଶ୍ଚିତ ଅଟେ କୃତ କର୍ମ ପାଇଁ 

   କରୁଥିବା ପଶ୍ଚାତାପ‌।    

ମିଛ ପାଖେ ଯଦି ସତ ବନ୍ଧା ଆଜି

   କେ କରିବ ପ୍ରାୟଶ୍ଚିତ,

ସର୍ବେ ଯଦି ବଶ ଆତ୍ମା ବଡିମାରେ

   କେ କରିବ ପ୍ରାୟଶ୍ଚିତ?

ପ୍ରେମ ଯଦି ଏଠି ପାଏ ପ୍ରତାରଣା

   କେ କରିବ ପ୍ରାୟଶ୍ଚିତ,

ନିଜେ କିଏ ନିଜେ ନ ଚିହ୍ନିଲା ଯଦି

   କେ କରିବ ପ୍ରାୟଶ୍ଚିତ?

ପ୍ରାୟଶ୍ଚିତ ଯଦି ପୁଣ୍ୟ ମନ୍ଦିରର

    ପବିତ୍ର ପ୍ରସାଦ ହୁଏ,

ତଥାପି ମଣିଷ ତାକୁ ଦ୍ଵାହୀ ଦେଇ

    ମିଛ ଟାଣ ରଖିଥାଏ।

ପ୍ରାୟଶ୍ଚିତ ଯଦି ପୁଣ୍ୟ ସଂସାରରେ

    ବିଶ୍ଵାସର ଫୁଲ ହୁଏ,

ତଥାପି ମଣିଷ ଧର୍ମ ଦ୍ଵାହୀ ଦେଇ

    ତାକୁ ବି ମକଚିଦିଏ।

ମଣିଷ ମାତ୍ରକେ ଭୁଲ୍ ରହିଅଛି

    ଭୁଲ୍‌ର ବି ଅଛି କ୍ଷମା,

ଦଣ୍ଡିବା ଲୋକଙ୍କ କ୍ଷମା ଆଚରଣ

    ପ୍ରାୟଶ୍ଚିତ ଅଟେ ନାଁ।

କିଛି ପାପ ପାଇଁ ପ୍ରାୟଶ୍ଚିତ ନାହିଁ 

    ବୃଥା ମାତ୍ର ପ୍ରତିକାର,

ତଥାପି ମଣିଷ କେଉଁ ଦମ୍ଭ ନେଇ

     ନିଜକୁ ଭାବୁଛି ବଡ଼।

ପାପ କରି ଯଦି ନାହିଁ ଅନୁତାପ

    ସିଏ କେଉଁ ପ୍ରାୟଶ୍ଚିତ,

ଏ ହାତର ପାପ ସେ ହାତ ନେଇନି

    ତେଣୁ ଏହା ଶାସ୍ତ୍ର ମତ।

ମୋ ପାପର ଫଳ ମୋ ପାଇଁ ସାଇତା

   ନାହିଁ ସେଥିରେ କା' ବାଣ୍ଟ,

ଅନୁତାପ ମାତ୍ର ପୁଣ୍ୟ ଗଙ୍ଗା ନୀର‌

    ଧୋଇ ଦିଏ ପାପ ପଙ୍କ।

କାହା ପାପପାଇଁ କେ ହେଲେ ନଣ୍ଡିତ‌

    ହୁଏ କିବା ପ୍ରାୟଶ୍ଚିତ,

ବରଂ ନିଜ ପାଇଁ କ୍ଷମା ଭିକ୍ଷା କଲେ

    ପାପ ହୁଏ ବିଖଣ୍ଡିତ‌।

କର୍ମ ଫଳ ଏଠି ଅବଶ୍ୟ ଫଳିବ

    ଯେ ଯାହାର କର୍ମମତେ‌,

କ୍ରୀୟମାଣ ଆଉ ସଞ୍ଚିତ ପ୍ରାରବ୍ଧ

    ସମୟର ଗତି ସାଥେ।

ଛୋଟ ଭୁଲ୍ ପାଇଁ ମିଛ ଆଶ୍ରା ନେଲେ

    ମିଛ ବଢ଼େ ଶତ ଶତ,

ଭୁଲ୍ ସ୍ଵୀକାରରେ‌ ପାପ ନ ଲାଗ‌ଇ

    ସେହି ହୁଏ ପ୍ରାୟଶ୍ଚିତ।

ପୁଣ୍ୟ ପଶ୍ଚାତାପ ହୋମ ଅଗ୍ନି କୁଣ୍ଡେ

    ପାପକୁ ଆହୁତି ଦିଅ,

ପ୍ରାୟଶ୍ଚିତ ଭୋଗ ବିଭୁତି ସ୍ଵାଦନେ

    ଅଚିରେ ପବିତ୍ର ହୁଅ।।


Rate this content
Log in

Similar oriya poem from Abstract