STORYMIRROR

pranati Mahapatra

Romance Inspirational

3  

pranati Mahapatra

Romance Inspirational

ପ୍ରାଣପ୍ରିୟା

ପ୍ରାଣପ୍ରିୟା

1 min
261

ପ୍ରାଣପ୍ରିୟା ସିନା ପ୍ରାଣଠାରୁ ଅଧିକ

ରହିଥାଏ ସାଥେ ଜୀବନଯାକ

ଦୁଃଖେ ସୁଖେ ସଦା ସେ ସମଭାଗୀ

ହସେଇ ଦିଏ ତ ଜାଣେ ମୁଁ ବଦରାଗୀ ।

ମାଆ ଭଳି ଖାଇବାକୁ ସେ ଦିଏ

ଭଗିନୀ ସଦୃଶ ଆଦରୁଥାଏ

କନ୍ୟା ଭଳି ଅଳି ଅଝଟ କରେ 

ମୋ ଭଲମନ୍ଦ କୁ ସବୁ ସୁଧାରେ।

ପ୍ରାଣପ୍ରିୟା ପ୍ରିୟତମା ସେ ମୋହର 

ପାଶେ ପାଶେ ବାନ୍ଧି ରଖେ ତାହାର

ସତକର୍ମେ ମନ ମୋର ଲଗାଏ

ସତପଥ ଅନୁସର ସେ କହେ

ଅନ୍ୟାୟ ଅର୍ଜନ ପାପ ଭୋଜନ 

ଆତ୍ମା ପରମାତ୍ମା ଲାଗେ କଠିନ।

ପ୍ରଜାପତି ଛନ୍ଦ ଜନ୍ମଜନ୍ମକୁ

ବିହିଯୋଡି ଅଛି ସବୁ ବେଳକୁ

ସୁଖରେ କାଳାତିପାତ ପାତ ପାଇଁ କି

ପ୍ରିୟତମା ମୋର ପାଖେ ବସିକି

ସବୁ ପୁରୁଷ ନାରୀ ଶିବ ଶକ୍ତି 

ଜଗତରେ ପରା ଏ ମହାଶକ୍ତି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance