Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amarnath Barick

Classics

4  

Amarnath Barick

Classics

ପୋଙ୍ଗଲ ବନାମ ମକର

ପୋଙ୍ଗଲ ବନାମ ମକର

1 min
310


 ଦକ୍ଷିଣ ଭାରତେ ପ୍ରମୁଖ ପର୍ବଟି

           ମକର ସଂକ୍ରାନ୍ତି ଜାଣ

        ଏହି ଦିନଟିରେ ନୂଆ ବସ୍ତ୍ର ସର୍ବେ

            କରିଥାନ୍ତି ପରିଧାନ ।


        ଆନନ୍ଦ ଉଲ୍ଲାସେ ପାଳନ କରନ୍ତି

            ହିନ୍ଦୁ ଧର୍ମ ଅନୁଯାୟୀ

        ଖର ଦିନ ସବୁ ଏହି ସଂକ୍ରାନ୍ତିରେ

            ପରିସମାପ୍ତି ଘଟଇ ।


      ଯେ କୌଣସି ଶୁଭ କାର୍ଯ୍ୟ କଲେ ଏହି

           ଦିନରେ ହୁଏ ସଫଳ

       ଶୌଚ ହୋଇ ମହାଦେବଙ୍କୁ ପୂଜିଲେ

           ମିଳିଥାଏ ପୂଣ୍ୟ ଫଳ ।


       ମାତା ଯଶୋମତୀ ଶ୍ରୀ କୃଷ୍ଣଙ୍କ ପାଇଁ

           ବ୍ରତ ଉପାସନା ଯେତେ

        କରୁଥିଲେ ବୋଲି ଦିନଟି ମହତ୍ତ୍ୱ

          ଜାଣେ ପୁରପଲ୍ଲୀ ସତେ ।


       ଭାଗୀରଥିଙ୍କର ପଛେ ପଛେ ସ୍ୱୟଂ

          ଗଙ୍ଗା ମାତା ଯାଇଥିଲେ

        କପିଳ ମୁନିଙ୍କ ଆଶ୍ରମ ଦେଇଣ

          ସାଗର ସହ ମିଶିଲେ ।


        ସଙ୍କରାସୁରକୁ ବଧ କରିଥିଲେ

         ଏ ଦିନେ ଦେବୀ ସଂକ୍ରାନ୍ତି

       ତେଣୁ ଏହା ଏକ ପବିତ୍ର ଦିବସ

           ରହିଅଛି କିମ୍ବଦନ୍ତୀ ।


        ଦକ୍ଷିଣାୟନରୁ ଉତ୍ତରାୟଣକୁ

          ସୂର୍ଯ୍ୟ ଗତି କରିଥାନ୍ତି

       ଧନୁ ରାଶି ଛାଡ଼ି ମକର ରାଶିକୁ

          ପୁଣି ପ୍ରବେଶ କରନ୍ତି ।


       ଧରାର ଉତ୍ତର ଗୋଲାର୍ଦ୍ଧ ଭାସ୍କର

          ଆଡ଼କୁ ଯେ ଢଳିଥାଏ

       ଏହି ଠାରୁ ଦିନ ବଡ଼ ହୁଏ ଆଉ

         ରାତି ଛୋଟ ହୋଇଯାଏ ।


Rate this content
Log in

Similar oriya poem from Classics