Ghanashyam Jena

Inspirational

3  

Ghanashyam Jena

Inspirational

ପଞ୍ଚ ଦେବ ରୁଦ୍ର

ପଞ୍ଚ ଦେବ ରୁଦ୍ର

1 min
260



ଜୟ ଜୟ ପଞ୍ଚାନନ, ଜୟ ବିଭୂତି ଭୂଷଣ

     ଜୟ ହେ ଶିବଶଙ୍କର।

ଜୟ ଜୟ ସଦାଶିବ, ମୃତ୍ୟୁଞ୍ଜୟ ମହାଦେବ

କୈଳାସ ବିହାରୀ ଶିବ,କୃତ୍ତିବାସ ଦେବଦେବ।

ହେ ବୃଷଭ ବାହନ,  ପିଅର ଗଜାନନ

ହେ ପ୍ରଭୁ ଦିଗାମ୍ବର,  ବ୍ୟାଘ୍ରାମ୍ବର୍ ଭୂଷଣ।

 ଜୟ ପାର୍ବତୀ ପତି,ଜୟ ପାର୍ବତୀ ପତି

     ପାପ ତାପ ବିନାଶନ।୧।

ଜୟ ହେ ତ୍ରିଶୂଳଧାରୀ, ତ୍ରିନୟନ ତ୍ରିପୁରାରି 

ମଙ୍ଗଳମୟ ମୂରତି, ହେ ପ୍ରଭୁ ପିନାକଧାରୀ ।

ମହାଦେବ ମହେଶ, ଲିଙ୍ଗରାଜ ଉମେଶ

ଜୟ ଦେବାଧିରାଜ୍, ଜୟ ଦେବାଧିରାଜ 

      ଜୟ ବୃଷଭବାହନ।୨।

ନମଇଁ ହେ ନୀଳକଣ୍ଠ, ପିଇଣ ବିଷ ଆକଣ୍ଠ

 ଜଗତ ମଙ୍ଗଳ ପାଇଁ, ଗରଳ ଭକ୍ଷିଲ ନାଥ।

ଜୟ ହେ ଗଙ୍ଗାଧର  ଜୟ ଚନ୍ଦ୍ରଶେଖର

ଗଳେ ସରପ ହାର, ଦିଶେ କେଡ଼େ ସୁନ୍ଦର

ହେ ମଙ୍ଗଳ ମୂରତି . . ହେ ମଙ୍ଗଳ ମୂରତି

      ମଙ୍ଗଳମୟ ଈଶ୍ୱର।୩।

ଜୟ ଜୟ ଜଟାଧର,  ଜୟହେ ପରମେଶ୍ବର

 ସଦା ଆନନ୍ଦେ ପୂଜନ୍ତି,ଅବା ଶୁରାସୁର ନର।

  ଧନ୍ୟ ତବ ମହିମା, ଅପାର ନାହିଁ ସୀମା

   କୃତାଞ୍ଜଳି ପୁଟରେ, କରୁଅଛି ବନ୍ଦନା।

 ଏ ଦୀନ ଘନଶ୍ୟାମ, .. ଏ ଦୀନ ଘନଶ୍ୟାମ

      ପଦେ ପଶଇ ଶରଣ।୪।

   


Rate this content
Log in

Similar oriya poem from Inspirational