STORYMIRROR

DILIP KUMAR SAHOO

Inspirational

3  

DILIP KUMAR SAHOO

Inspirational

ପ୍ଲାଷ୍ଟିକ

ପ୍ଲାଷ୍ଟିକ

1 min
117

  ପ୍ଲାଷ୍ଟିକ ପ୍ଲାଷ୍ଟିକ ପ୍ଲାଷ୍ଟିକ

   ଚଉଦିଗେ ପ୍ଲାଷ୍ଟିକ

  ମାଟିରେ ସେ ମିଶେ ନାହିଁ

  ପାଣିରେ ମିଳାଏ ନାହିଁ

  ପରିବେଶ ପାଇଁ ବିଷ

  କାଳ ଆମ ପାଇଁକି

  ପ୍ଲାଷ୍ଟିକ ପ୍ଲାଷ୍ଟିକ ପ୍ଲାଷ୍ଟିକ


  ପ୍ଲାଷ୍ଟିକ ଯୋଗୁଁ ମାଟି ପାଣି

   ହେଉଅଛି ବିଷାକ୍ତ

   ପ୍ଲାଷ୍ଟିକ ଯୋଗୁଁ ହନ୍ତସନ୍ତ

  ସାରା ଜୀବ ଜଗତ

  ପୋଡିଲେ ବିପଦ ତାକୁ

   ପାରିବାନି ଫୋପାଡ଼ି

   ଧୂଆଁ ତାର ଜୀବନକୁ

   ଦିଏ ଆମ ବିଗାଡି

   ପ୍ଲାଷ୍ଟିକ ଜରି ଭରେ ଦୁଃଖ

   ଶୁଖ ଆମ ଲୁଟିକି 

   ପ୍ଲାଷ୍ଟିକ ପ୍ଲାଷ୍ଟିକ ପ୍ଲାଷ୍ଟିକ


   ପ୍ଲାଷ୍ଟିକ ଏବେ ଆମ ପାଇଁ

   ଚିନ୍ତାର କାରଣ

   ପ୍ଲାଷ୍ଟିକ ଯୋଗୁ ସହରଟା

   ଆବର୍ଜନା ପୂର୍ଣ୍ଣ

   ନଦୀ ନାଳ ହ୍ରଦ ପୁଣି

   ସାଗରର ପାଣି

   ନିଇତି ବଖାଣେ କେତେ

   କରୁଣ କାହାଣୀ

   ସୁଖ ସପନରେ ଆମ

   ଲୁହ ଯାଏ ଭରିକି

   ପ୍ଲାଷ୍ଟିକ ପ୍ଲାଷ୍ଟିକ ପ୍ଲାଷ୍ଟିକ


   ପ୍ଲାଷ୍ଟିକକୁ ଖାଇ କେତେ

   ପଶୁ ପକ୍ଷୀ ମରନ୍ତି

   ପ୍ଲାଷ୍ଟିକକୁ ଦେଖି ଏବେ

   ଜୀବ ଜନ୍ତୁ ଡରନ୍ତି

    ପ୍ଲାଷ୍ଟିକ ମୁକ୍ତ ଭାରତ

    ଆସ ଆମେ ଗଢିବା

    ପ୍ଲାଷ୍ଟିକର ବିରୁଦ୍ଧରେ

    ମିଳିମିଶି ଲଢିବା

    କନା ବ୍ୟାଗ୍ ଭାରି ଭଲ

    ହାଟ ବାଟ ପାଇଁକି

    ପ୍ଲାଷ୍ଟିକ ପ୍ଲାଷ୍ଟିକ ପ୍ଲାଷ୍ଟିକ  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational