Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Debaki Behera

Inspirational

3  

Debaki Behera

Inspirational

💉🔬ପ୍ଲାଜମା ଥେରାପି🔬💉

💉🔬ପ୍ଲାଜମା ଥେରାପି🔬💉

1 min
6


ଗରୀବ ଲୋକଟି ଗୁମୁରି କାନ୍ଦଇ

ଘରର କଣରେ ବସି ,

କିସମୟ ହେଲା କପାଳ ଫାଟିଲା

କରୋନା ପଶିଲା ଆସି।

ଯହିଁ ଆଡ଼େ ଚାହାଁ କରୁଣ ଚିତ୍ରଣ 

ହୁଅନ୍ତି କେତେ ଆକୁଳ,

କରୋନା କରୋନା ସବୁଆଡେ ସୁଭେ

ଦେଖିଣ ଲାଗେ ବିକଳ।

ଟିଭି ଖୋଲିଦେଲେ ଚିନ୍ତା ବଢିଯାଏ

କରୋନା ମିଟର ଦେଖି,

ପ୍ରତିଦିନ କେତେ ଆକ୍ରାନ୍ତ ହୁଅନ୍ତି

ଦେଖିଣ ତରାଟେ ଆଖି।

ଗୃହବନ୍ଦୀ ହୋଇ ରହିଛନ୍ତି ସର୍ବେ

ପିଲାଠାରୁ ବୁଢା ଯାଏଁ,

ଗରୀବ ପିଲାଟି ଭୋକରେ ମରଇ

କାହାର କି ଅବା ଯାଏଁ।

ପ୍ଲାଜମା ଥେରାପି ଏକମାତ୍ର ଅଟେ

କରୋନାରୁ ମୁକ୍ତି ବାଟ,

କରୋନା ଛାଡିଣ ପଳାଇଣ ଯିବ

ନଚଳିଵ ତା'ର ନାଟ।

କରୋନା ଆକ୍ରାନ୍ତ ସୁସ୍ଥ ହେବାର

ଚଉଦ ଦିନର ପରେ,

ନିଜର ରକ୍ତ ରୁ ପ୍ଲାଜମାଟି ପରା

ଦାନ ସିଏ କରିପାରେ।

ଗୁରୁତର ଅବସ୍ଥାରେ ରହିଥିବା

 କରୋନା ଆକ୍ରାନ୍ତଙ୍କ ପାଇଁ,

ପ୍ଲାଜମା ଟି ପରା ରାମବାଣ ବୁଟି

ଆଣ୍ଟିବଡ଼ି ଜନ୍ମ ପାଇଁ।

ପ୍ରତିଦିନ ପରା ରାଜ୍ୟରେ ଆମର 

ହେଉଛନ୍ତି କେତେ ସୁସ୍ଥ,

ଆକ୍ରାନ୍ତଙ୍କ ସଂଖ୍ୟା ନକମୁଛି ପୁଣି

ହେଲେଣି କେତେ ଅସୁସ୍ଥ।

ପ୍ଲାଜମା ଟି ଦାନ କରିଲେ ଆମେତ

କରୋନା ଆକ୍ରାନ୍ତ ସଂଖ୍ୟା,

ନିଶ୍ଚିତ ରୂପରେ କରୋନା ଆକ୍ରାନ୍ତ 

କମିଯିବ ନାହିଁ ବାଖ୍ୟା।

କରୋନା ହଟିବ ରାଜ୍ୟ/ଦେଶ ରୁ ଆମର

ସଭିଏଁ ଟି ଜାଣିରଖ,

କରିଣ ପ୍ଲାଜମା ଦାନଟି ଆମେତ

ଫିଟାଇବା ସବୁ ଅଖ।



Rate this content
Log in